ସତ ବାହାର କରିବାକୁ ସିବିଆଇର କସରତ: ଦ୍ୱିତୀୟ ଦିନରେ ବାହାନଗାରେ ସିବିଆଇର ୧୦ ଜଣିଆ ଟିମର ଛାନଭିନ୍ 

169

କନକ ବ୍ୟୁରୋ: ବାହାନଗା ଷ୍ଟେସନର ପ୍ୟାନେଲ୍ ଭିତରକୁ ଯାଇ ଛାନଭିନ କରିଛି । ଡାଟା ଲଗର ଓ ବିଭିନ୍ନ କାଗଜପତ୍ରର ଯାଂଚ କରାଯିବା ସହ ଦୁର୍ଘଟଣା ଦିନ ଦାୟିତ୍ୱରେ ଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନିଆଯାଇଛି । ସେପଟେ ସିବିଆଇ ଏଫଆଇଆରରେ କାହିିଁକି ଷଡଯନ୍ତ୍ର ଦଫା ଲଗାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ବାହାନଗା ଟ୍ରେନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ଦୁଇ ଦିନ ହେଲା ତଦନ୍ତ ଚଳାଇଛି ସିବିଆଇ । ଯାନ୍ତ୍ରିକ ତ୍ରୁଟି ନା ମଣିଷକୃତ କାରଣ ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଲା, ଏନେଇ ଘଟଣାସ୍ଥଳରେ ପହଁଚି ଖୋଳତାଡ଼ କରୁଛନ୍ତି ସିବିଆଇର ୧୦ ଜଣିଆ ଟିମ୍ । ବାହାନଗା ଷ୍ଟେସନର ପ୍ୟାନେଲ୍ ଭିତରକୁ ମଧ୍ୟ ଯାଇଛନ୍ତି ତଦନ୍ତକାରୀ ଦଳ । ନଜର ପକାଇବା, କେଉଁ କେଉଁ ଦିଗକୁ ଦୃଷ୍ଟିରେ ରଖି ଆଗକୁ ବଢୁଛି ତଦନ୍ତ ।

ସିବିଆଇ ତଦନ୍ତ

ଡାଟା ଲଗର ଓ ବିଭିନ୍ନ କାଗଜପତ୍ରର ଯାଂଚ କରାଯାଇଛି

ଦୁର୍ଘଟଣା ଦିନ ବିଭିନ୍ନ ଦାୟିତ୍ୱରେ ଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନିଆଯାଇଛି

ଷ୍ଟେସନ୍ ମାଷ୍ଟର ଓ ଲୋକେ ପାଇଲଟ୍ଙ୍କୁ ପଚାରାଉଚରା କରାଯିବ ବୋଲି ଜଣାପଡିଛି

କଲ୍ ରେକର୍ଡ, ହ୍ୱାଟସ୍ଆପ କଲ୍ ଓ ଚାଟ୍ ଆଦି ଯାଂଚ କରିପାରେ ସିବିଆଇ

ଗୋଟିଏ ପଟେ ସିବିଆଇ ତଦନ୍ତ, ଅନ୍ୟପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ଦଳ । ଏ ହେଉଛି ରେଳବାଇ ପୁଲିସ ଦେଇଥିବା ଏଫ୍ଆଇଆର୍ କପି । ଯେଉଁ ଦଫା ଲଗାଯାଇଛି ସେଥିରେ ରହିଛି –

ଏଫ୍ଆଇଆର୍: ଆଇପିସି ଦଫା

୩୩୭ – ଜୀବନ ପ୍ରତି ବିପଦ ଆଣିବା

୩୩୮- ଗଭୀର ଆଘାତ ଦେଇ ଜୀବନକୁ ବିପଦରେ ପକାଇବା

୩୦୪ (ଏ) – ଅବହେଳାରୁ ମୃତ୍ୟୁ

୩୪ – ମିଳିତ ଭାବେ ଅପରାଧ ଘଟାଇବା

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, 

ଷଡ଼ଯନ୍ତ୍ର ନେଇ ଦଫା ଲଗାଇନାହିଁ ସିବିଆଇ

ଯେଉଁ ଦଫା ଲଗାଯାଇଛି, ସେଥିରେ ବିଭାଗୀୟ ତଦନ୍ତ ହେବା କଥା

ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସିବିଆଇ ତଦନ୍ତ ଘୋଷଣା କରାଯାଇଛି 

ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି, 

ଦୁର୍ଘଟଣା ପରେ ରେଳମନ୍ତ୍ରୀ କହିଥିଲେ, ଦୁର୍ଘଟଣା ପଛରେ ଦୋଷୀ କିଏ ଜଣା ପଡିଛି

ହେଲେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କାହିଁକି?

ସେପଟେ ଏହି ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ମୋଡ ନଦେବା ପାଇଁ ନିବେଦନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଏହି ମାମଲାରେ ରେଳବାଇ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି । ରେଲୱେର ତଦନ୍ତକାରୀ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ରିପୋର୍ଟ ମାଗିଥିବା ସୂଚନା ରହିଛି ।