କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ । ରାଜ୍ୟ ରାଜନୀତିରେ ଘଡିକେ ଛୁଟୁଛି ଘୋଡ଼ା । ଶିବସେନା ପରେ ଏବେ ଦୁଇଫାଳ ହୋଇଛି ଏନସିପି । ସିନ୍ଦେ ସରକାରରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଏହାକୁ ବିଭିନ୍ନ ଦୃଷ୍ଟିକୋଣରେ ଦେଖାଯାଉଛି । କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀବରାଜ ଚୌହାନ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଅଜିତ ପାୱାର ମହାରାଷ୍ଟର ଆଗାମୀ ମୁଖ୍ୟମନ୍ତ୍ୀୀ ହେବେ ଓ ଏକନାଥ ସିନ୍ଦେଙ୍କୁ ବିଜେପି ହଟାଇବ । କଂଗ୍ରେସ ଏକଥା ମଧ୍ୟ ଦାବି କରିଛି କି କିଛି ଦିନ ମଧ୍ୟରେ ବାଚସ୍ପତି ସିନ୍ଦେଙ୍କ ସମତେ ୧୬ଜଣଙ୍କ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବେ ଓ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ । ସମାନ କଥା କହିଛି ଶିବସେନାର ଉଦ୍ଦବ ଗୋଷ୍ଟୀ । ମହାରାଷ୍ଟ ରାଜନୀତିର ଘଡସନ୍ଧି ମୁହୁର୍ତ ଭିତରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଛି ।

Advertisment

ସେପଟେ ଅଜିତ ପାୱାର ଗୋଷ୍ଠୀ ଦୁଇ ବିଧାୟକ ୟୁଟର୍ଣ୍ଣ ନେଇ ପୁଣି ଥରେ ଶଶରଦ ପାୱାରଙ୍କ ପାଖକୁ ଫେରିଛନ୍ତି । ସତାର ବିଧାୟକ ମକରନ୍ଦ ପାଟିଲ ଓ ଉତର କରାଡ଼ା ବିଧାୟକ ବାଲାସାହେବ ପାଟିଲ ଫେରିଛନ୍ତି । ଅନ୍ୟପଟେ ଏନସିପି ଦଳୀୟ ଚିହ୍ନ କାହା ପାଖରେ ରହିବ ଏନେଇ ଟଣାଓଟରା ଚାଲିଛି । ଏହା ଭିତରେ ଏନସିପିର ନୂଆ ମୁଖ୍ୟାଳୟକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ମହାରାଷ୍ଟ୍ର ରାଜନୈତିକ ଅଦଳବଦଳ ଭିତରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ ଅଜିତ ପାୱାରଙ୍କ ଅଧ୍ୟକ୍ଷତାରେ ବସିଛି କ୍ୟାବିନେଟ ବୈଠକ ।