ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବିରେ ଭୋଟ ବର୍ଜନ ନିଷ୍ପତି । ସେପଟେ କଳାହାଣ୍ଡି କୋକସରାରେ ନିଜ ଗାଁରେ ବୁଥ୍ ନଥିବାରୁ ଭୋଟ ଦେଲେ ନାହିଁ ଭୋଟର ।

43

କନକବ୍ୟୁରୋ: ନିଜ ଗାଁରେ ବୁଥ୍ ନଥିବାରୁ ଭୋଟ ବର୍ଜନ କଲେ ଗ୍ରାମବାସୀ । ଗାଁରେ ବ୍ୟାନର- ପୋଷ୍ଟର ଲଗାଇ ମତଦାନରୁ ଦୂରେଇ ରହିଲେ ୩୦୬ ଭୋଟର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଂଚାୟତ ସର୍ଲିଗୁଡା ୧ ନମ୍ବର ୱାର୍ଡର ଭୋଟର । ସାରା ଜିଲ୍ଲାରେ ଆଜି ମତଦାନ ଚାଲିଥିବା ବେଳେ ଭୋଟ ବର୍ଜନ ଭଳି ଚରମ ନିଷ୍ପତି ନେଇଛନ୍ତି ଭୋଟର ।

ଭୋଟ୍ ବର୍ଜନ କରିଛନ୍ତି ୧୦ଟି ଗାଁର ଲୋକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭୋଟ୍ ଦେବୁନାହିଁ ବୋଲି ଜିଦ୍ରେ ବସିଛନ୍ତି ଗ୍ରାମବାସୀ । ଜଙ୍ଗଲ ଅଧିକାର ଆଇନ୍ର ଉଲ୍ଲଂଘନ ବା ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବିରେ ରାଇଘର ଅନ୍ତର୍ଗତ ଖୁଡକୁ ପଂଚାୟତ ମଦ୍ୟରେ ୧୦ଟି ଗ୍ରାମର ଲୋକମାନେ ଭୋଟ୍ ବର୍ଜନ କରିବାର ଘୋଷଣା କରିଛନ୍ତିି । । ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଭୋଟ୍ ନଦେବାକୁ କହିଛନ୍ତି ଗ୍ରାମବାସୀ ।