କନକବ୍ୟୁରୋ: ମାଲକାନଗିରିରେ ଧୀର ମତଦାନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କେତେକ୍ ବୁଥ୍ରୁ ଭୋଟର ଫେରି ଯାଉଥିବା ଜଣାପଡିଛି । ଏନେଇ ମାଲକାନାଗିରିର ବିଧାୟକ ପ୍ରାର୍ଥୀ ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିବା କହିଛନ୍ତି । ସେପଟେ ମତଦାନ ଯୋଗୁଁ ମାଲକାନଗିରିର ରାସ୍ତା ଖାଁ ଖାଁ ।
ନିର୍ବାଚନ ଲାଗି ରାସ୍ତା ଘାଟ ସବୁ ଖାଁ ଖାଁ ହୋଇପଡିଛି । ଦୋକାନ ବଜାର ସବୁ ବନ୍ଦ ରହିଛି । ନିର୍ବାଚନ ଲାଗି ଭୋଟର ମାନେ ବୁଥରେ ଭିଡ ଜମାଇଥିବା ବେଳେ ମାଲକାନଗିରି ରାସ୍ତାରେ ଯେମିତି ଅଘୋଷିତ କର୍ଫ୍ୟୁ ଜାରି ରହିଥିବା ଭଳି ମନେ ହେୁଛି । ତେବେ ଆକାଶ ମାର୍ଗରୁ ଏହି ଚିତ୍ର କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/malkanagir.jpg)