କନକବ୍ୟୁରୋ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଅନୁଷ୍ଠିତ ହେଉଛି ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି ଆସନ ସମେତ ଉତରପ୍ରଦେଶର ୧୩ଟି , ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଲେଖାଏଁ ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରାଯିବ ।

Advertisment

ଏହି ପର୍ଯ୍ୟାୟରେ ଜାତୀୟ ରାଜନୀତିର ଅନେକ ଚିହ୍ନା ଚେହେରାଙ୍କା ଭାଗ୍ୟ ପରଖିବେ ଭୋଟର । ଏହାରି ମଧ୍ୟରେ କଂଗ୍ରେସ ମହା ସଚିବ ସୋନିଆ ଗାନ୍ଧି ମହିଳା ମାନଙ୍କ ପାଇଁ ଏକ ଭିଡିଓ ଜାରି କରି କହିଛନ୍ତି କଂଗ୍ରେସ ସରକାର ଆସିବା ପରେ ମହିଳା ମାନଙ୍କ ପାଇଁ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ଆଉ ଏହି ଯୋଜନା ଲାଗୁ ହେବା ପରେ ସମସ୍ତ ମହିଳା ମାନଙ୍କ ଖାତାକୁ ବାର୍ଷିକ ୧ ଲକ୍ଷ ଟଙ୍କା ଦିଆଯିବ । ଏଥିସହ ସେ କହିଛନ୍ତି ସ୍ୱାଧୀନତା ଠାରୁ ଆରମ୍ଭ କରି ଆଜି ଯାଏଁ ମହିଳା ମାନଙ୍କ ପାଇଁ କଂଗ୍ରେସ କେବଳ ଲଢେଇ କରିଆସିଛି । ଏବେ ପୁଣିଥରେ ମହିଳା ମାନଙ୍କ ସହଯୋଗ କରିବା ଦ୍ୱାରା କଂଗ୍ରେସ ସରକାର ପୁଣି ଥରେ ସରକାର ଗଢିବା ସହ ଆଗକୁ ବଢିବ । ଏଥିରେ ପୁରା ମହିଳାଙ୍କ ସହଯୋ ଦରକାର । ଏଥିସହ ସେ କହିଛନ୍ତି ଯେ ମହିଳାଙ୍କ ସ୍ୱାର୍ଥ ପାଉଁ କଂଗ୍ରେସ ସବୁବେଳେ ଲଢେଇ କରିଆସିଛି ।

ଏଥର କଂଗ୍ରେସ ସରକାର ଗଢିବା ଦ୍ୱାରା ମୁଖ୍ୟ ପ୍ରାଧାନ୍ୟ ସେ ମହିଳାଙ୍କ ଉପରେ ଫୋକସ କରିବ । କର୍ଣାଟକ ଓ ତେଲେଙ୍ଗାନା ସରକାର ରେ ଖିବା କଂଗ୍ରେସ ସରକାର ମଧ୍ୟ ସେଠି ମହିଳାଙ୍କ ପାଇଁ ଅନେକ ସବୁଧା ସୁଯୋଗ କରିବା ସହ ସେମାନଙ୍କୁ ଆଗକୁ ବଢିବାରେ ସହାୟକ କରିଛି ।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ମନରେଗା ଯୋଜନା ହେଉ କିମ୍ବା ଶିକ୍ଷା ସ୍ୱାସ୍ଥ୍ୟ କଥା ହେଇ ସବୁଠି କଂଗ୍ରେସ ସରକାର ଧ୍ୟାନ ଦେବ । କେବଳ ମହିଳା ସଶକ୍ତିକରଣ କଥା ନୁହେଁ ସବୁକ୍ଷେତ୍ରରେ କଂଗ୍ରେସ ଲୋକମାନଙ୍କ ସହ ରହିବ । କେବଳ ପ୍ରତିଶୃତି ନୁହେଁ କାମରେ କରିଦେଖାଇବୁ ତେଣୁ ଆପଣମାନେ ଆମକୁ ସହଯୋ କରିବା ସହ ଆମ ହାତ ମୁଠାକୁ ଟାଣ କରନ୍ତୁ ।