ଗୁଜରାଟ କମ୍ପାନୀ ମାଲିକଙ୍କ ବଡ ହୃଦୟ : ଉପହାର ସ୍ୱରୂପ କର୍ମଚାରୀଙ୍କୁ ଦେଲେ ଇଲେକ୍ଟ୍ରିକ ସ୍କୁଟି; ପ୍ରଦୂଷଣ କମ୍ କରିବା ଲକ୍ଷ୍ୟ

228

କନକ ବ୍ୟୁରୋ : ଦୀପାବଳୀରେ ସାରା ଦେଶରେ ଧୁମଧାମରେ ଲୋକେ ପାଳନ କରିଛନ୍ତି । ଏହି ସମୟରେ ପରିବାର ନିଜ ପ୍ରିୟ ଜନମାନଙ୍କୁ ଉପହାର ମଧ୍ୟ ଦିଆଯାଏ । କିଛି ଅଫିସରେ ମଧ୍ୟ କର୍ମଚାରୀଙ୍କୁ ଖୁସି କରିବାକୁ ଉପହାର ଦିଆଯାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟରେ ।

ଆଲୋକର ପର୍ବ ଦୀପାବଳୀ ଉପଲକ୍ଷେ କର୍ମଚାରୀ ବଡ଼ ଉପହାର ଦେଇଛନ୍ତି କମ୍ପାନୀ ମାଲିକ । କମ୍ପାନୀର ମାଲିକ ସୁବାସ ଦାୱାର ୩୫ ଜଣ କର୍ମଚାରୀଙ୍କୁ ଇଲେକ୍ଟେନିକ ସ୍କୁଟି ଉପହାର ଦେଇଛନ୍ତି । ତୈଳ ଦର ବୃଦ୍ଧି ଯୋଗୁଁ ନିଜ କମ୍ପାନୀର କର୍ମଚାରୀମାନଙ୍କୁ ଅସୁବିଧା ହେଉଥିବାରୁ ଇଲେକ୍ଟ୍ରିକ ସ୍କୁଟର ଗିଫ୍ଟ କରିଛନ୍ତି ବୋଲି କମ୍ପାନୀର ଡାଇରେକ୍ଟର ସୁବାଷ ଦାୱାର କହି଼ିଛନ୍ତି ।

ସୁଭାଷ ଡାଭରଙ୍କ ପୁଅ ଚିରାଗ ଡାଭର କହିଛନ୍ତି, ଚଳିତ ଥର ଦୀପାବଳିରେ ପେଟ୍ରୋଲ ଚାଳିତ ବାଇକ ବଦଳରେ ଆୟୋଜିତ ଏକ କାର୍ଯ୍ୟକ୍ରମ ୩୫ଜଣ କର୍ମଚାରୀଙ୍କୁ ଏଭଳି ସ୍କୁଟର ଉପହାର ଦିଆଯାଇଛି । ଏହା କେବଳ ଇନ୍ଧନ ଉପରେ ହେଉଥିବା ଖର୍ଚ୍ଚକୁ ସଞ୍ଚୟ କରିବ ତାହା ନୁହେଁ, ବରଂ ଆମର କମ୍ପାନି ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ । ଏହି ଉପହାରକୁ ସାଂସଦ ତଥା ଗୁଜୁରାଟ ରାଜ୍ୟର ବିଜେପି ଅଧ୍ୟକ୍ଷ ସିଆର ପାଟିଲ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ ।