ଛଟ୍ ଅବସରରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ । ସମ୍ବଲପୁର ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

95

କନକ ବ୍ୟୁରୋ: ଛଟ୍ ପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ନଦୀ ପଠାରେ ସୂର୍ଯ୍ୟପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ଯୋଗ ଦେଇଥିଲେ । ବରେଇପାଲି ଓ ମନ୍ଦଲିଆଠାରେ ଛଟ୍ ପୂଜା ଚାଲିଥିଲା । ବିହାରୀ ସମ୍ପ୍ରଦାୟର ମହିଳା ମାନେ ଏକାଠି ହୋଇ ସେଠାରେ ପୂଜାର୍ଚ୍ଚନା କରୁଥିଲେ । ଭୋରରୁ ଚାଲିଥିଲା ପୂଜାର୍ଚ୍ଚନା । ପୂଜାସ୍ଥଳରେ କେନ୍ଦ୍ର ମନ୍ତ୍ରୀ ସାମିଲ ହେବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।