କାଶ୍ମୀରରେ ଆତଙ୍କୀ ଘଟଣା ନେଇ ଉପ ରାଜ୍ୟପାଳଙ୍କ ବୟାନ । କହିଲେ, ପ୍ରତିଟି ହତ୍ୟାର ପ୍ରତିଶୋଧ ନିଆଯିବ

Advertisment
କାଶ୍ମୀରରେ ଆତଙ୍କୀ ଘଟଣା ନେଇ ଉପ ରାଜ୍ୟପାଳଙ୍କ ବୟାନ । କହିଲେ, ପ୍ରତିଟି ହତ୍ୟାର ପ୍ରତିଶୋଧ ନିଆଯିବ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ କିଛିଦିନ ହେବ ଆତଙ୍କବାଦୀଙ୍କ ଆକ୍ରମଣ ବଢି ଚାଲିଛି । ଏହି ଆକ୍ରମଣ ଫଳରେ କେତେବେଳେ ନେତାମାନଙ୍କ ହତ୍ୟା କରାଯାଉଛି ତ କେତେବେଳେ ଯବାନଯବାନ ମାନେ ସହିଦ ହେଉଛନ୍ତି । ଏହାରି ମଧ୍ୟରେ ବି ସାଧାରଣ ନାଗରିକଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଉଛି । ସରକାରଙ୍କ ଠାରୁ ସେନା ଏହି ଆକ୍ରମଣ ରୋକିବାକୁ ଚେଷ୍ଟା ଚଳାଇଥିଲେ ବି ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ସଫଳ ହୋଇପାରୁ ନାହାଁନ୍ତି । ଏହାରି ମଧ୍ୟରେ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଏକ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି । ସିହ୍ନା କହିଛନ୍ତି କି ଆତଙ୍କବାଦୀମାନଙ୍କ ଆକ୍ରମଣର ପ୍ରତିଶୋଧ ସେମାନଙ୍କ ପରିବେଶତନ୍ତ୍ରଙ୍କୁ ନଷ୍ଟ କରି ନିଆଯିବ । ଜମ୍ମୁ-କାଶ୍ମୀରବାସୀଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇ ସିହ୍ନା କହିଛନ୍ତି କି କେନ୍ଦ୍ର ସରକାର ଗୁଇନ୍ଦା ବିଭାଗ ଓ ସୁରକ୍ଷାବଳର ସହାୟତାରେ ବର୍ତମାନର ସ୍ଥିତିକୁ ବଦଳାଇବାକୁ ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଛନ୍ତି ଓ ଏହା ଖୁବଶୀଘ୍ର ଫଳପ୍ରଦ ହେବ ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଉପ ରାଜ୍ୟପାଳ କହିଛନ୍ତି ଯେ, ‘ଆତଙ୍କବାଦୀଙ୍କ ଦ୍ୱାରା କରାଯାଉଥିବା ଦୁଭାଗ୍ୟପୂର୍ଣ୍ଣ ହତ୍ୟାର ଦୋଷ ମୁଁ ନେଉଛି, ଘାଟିରେ ଚାଲିଥିବା ଏଭଳି ହତ୍ୟା ଉପରେ ରୋକ ଲଗାଇବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି, ଖୁବଶୀଘ୍ର ଏହାକୁ ସେନା ଉପଯୋଗ କରିବ ’

କେବଳ ସେତିକି ନୁହେଁ ଗଣମାଧ୍ୟମକୁ ସିହ୍ନା କହିଛନ୍ତି କି ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରରେ ଏଭଳି ଯୋଜନାବଦ୍ଧ ହତ୍ୟା କରି ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ୨ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟନ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ବିକାଶ ଦ୍ରୁତ ଗତିରେ ହୋଇଚାଲିଛି । ଯାହାକୁ ଆତଙ୍କବାଦୀମାନେ ସହ୍ୟ କରିପାରୁ ନଥିବା ସେ କହିଛନ୍ତି । ସେମାନେ ରାଜ୍ୟରେ ଶାନ୍ତି ଭଙ୍ଗ କରିବା ଓ ଭୟର ବାତାବରଣ ସୃଷ୍ଟି କରିବାକୁ ଏଭଳି ଅମାନବୀୟ କାଣ୍ଡ କରୁଥିବା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe