କନକ ବ୍ୟୁରୋ: ନାବାଳକ, ନାବାଳିକା ଗାଡି ଚାଳକଙ୍କ ଉପରେ ନଜର । ନିୟମ ଉଲ୍ଲଙ୍ଘନ କରି ଗାଡି ଚଳାଉଥିଲେ ଆଉ ଏଥିରୁ ନିସ୍ତାର ନାହିଁ । ଆଜି ସାରା ରାଜ୍ୟରେ ପରିବହନ ବିଭାଗର ସ୍ପେଶାଲ ଏନଫୋର୍ସମେଂଟ ଡ୍ରାଇଭ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ନାବାଳକ ଓ ନାବାଳିକା ଗାଡି ଚାଳକଙ୍କ ଉପରେ ନଜର ରଖାଯାଇଥିଲା । ପ୍ରଥମ ଦିନରେ ଧରାପଡିଛନ୍ତି ୧୫୩ ନାବାଳକ, ନାବାଳିକା ଚାଳକ । ଗୁରୁତ୍ବପୂର୍ଣ୍ଣ ଛକ ଓ ସ୍କୁଲ କଲେଜ ନିକଟରେ ପରିବହନ ବିଭାଗର ଟିମ ଯାଂଚ କରିଥିଲେ । ସାବାଳକ ହୋଇନଥିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ଅନେକ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ବାଇକ, ସ୍କୁଟି ନିଜେ ଚଳାଇ ଆସିଥିଲେ । ଏଭଳି ବେଆଇନ ଗାଡି ଚାଳକଙ୍କୁ ଧରିଛି ଯାଂଚ ଟିମ୍ । କିଛି ଦିନ ତଳେ ପୁଣରେ ଜଣେ ନାବାଳକ ଗାଡି ଚାଳକଙ୍କ ଯୋଗୁଁ ଭୟାନକ ଦୁର୍ଘଟଣା ଘଟିଥିଲା । ପରେ ସଂପୃକ୍ତ ଚାଳକଙ୍କ ଅଭିଭାବକଙ୍କୁ ଜେଲ ଯିବାକୁ ପଡିଥିଲା । ଏହାସତ୍ବେ ଅନେକ ଏବେ ବି ସୁଧୁରିନ ଥିବା ଲକ୍ଷ୍ୟ କରାଯାଉଛି । ଏହି ଏନଫୋର୍ସମେଂଟ ଆଗକୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ପରିବହନ କମିଶନର କହିଛନ୍ତି ।
ପରିବହନ ବିଭାଗର ପ୍ରଥମ ଦିନରେ ଧରାପଡିଲେ ୧୫୩ ନାବାଳକ, ନାବାଳିକା ଚାଳକ: ଜବତ ହେଲା ୬୦ ଗାଡି
/kanak/media/post_attachments/wp-content/uploads/2024/07/8cf82a27-dded-44f8-babe-d76e8b310d16.jpg)