ପାଖେଇ ଆସିଲାଣି ପଶ୍ଚିମ ଓଡିଶାର ବଡପର୍ବ ନୂଆଖାଇ । ସେପ୍ଟେମ୍ବର ୩ ତାରିଖ ଦିନ ଧୁମଧାମରେ ପାଳନ ହେବ ନୂଆଖାଇ ପର୍ବ । ଏଥର ନୂଆଖାଇ ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସର ଦରମା ଆଗୁଆ ଦେବାର ବ୍ୟବସ୍ଥା କରିଛନ୍ତି। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ୧ ଓ ୨ ତାରିଖରେ ରବିବାର ଓ ଗଣେଶ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ସେଥି ପାଇଁ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଦରମା ଓ ପେନସନ୍ ୩୧ ତାରିଖରେ ହିଁ ମିଳିଯିବ। ଏ ନେଇ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ଅବଗତ କରାଇ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us