ପାଖେଇ ଆସିଲାଣି ପଶ୍ଚିମ ଓଡିଶାର ବଡପର୍ବ ନୂଆଖାଇ । ସେପ୍ଟେମ୍ବର ୩ ତାରିଖ ଦିନ ଧୁମଧାମରେ ପାଳନ ହେବ ନୂଆଖାଇ ପର୍ବ । ଏଥର ନୂଆଖାଇ ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସର ଦରମା ଆଗୁଆ ଦେବାର ବ୍ୟବସ୍ଥା କରିଛନ୍ତି। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ୧ ଓ ୨ ତାରିଖରେ ରବିବାର ଓ ଗଣେଶ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ସେଥି ପାଇଁ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଦରମା ଓ ପେନସନ୍ ୩୧ ତାରିଖରେ ହିଁ ମିଳିଯିବ। ଏ ନେଇ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ଅବଗତ କରାଇ ଦିଆଯାଇଛି।
ନୂଆଖାଇ ପାଇଁ ସରକାରଙ୍କ ଆଗୁଆ ଉପହାର ! ୩୧ ତାରିଖରେ କର୍ମଚାରୀଙ୍କୁ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବ ପେନସନ୍ ।
/kanak/media/post_attachments/wp-content/uploads/2019/05/dc-Cover-2gsnnbd1u20kn66ge9kdurlk67-20190402023843.Medi_.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)