କନକ ବ୍ୟୁରୋ: ସଙ୍କଟ ବେଳେ ସମସ୍ତେ ଏକାଠି । କୋଭିଡ -୧୯ ଭଳି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଗତକାଲି ଏକ ପ୍ରସଂଶନୀୟ ପଦକ୍ଷପ ନେଇଥିଲେ | ସଂକ୍ରମଣକୁ ରୋକିବା ପାଇଁ ପ୍ରଥମେ ଜନତା କର୍ଫ୍ୟୁ ଏବଂ ପରେ ସାରା ଭାରତକୁ ଲକଡାଉନ୍ ଘୋଷଣା କରିବା ପରେ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେଆର୍ସ ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଥିଲେ | ଟ୍ରଷ୍ଟ ସ୍ଥାପନ ପରେ ଦେଶର ଅନେକ ଧନୀ ବ୍ୟକ୍ତିମାନେ ନିଜ ନିଜର ଜମା ରାଶିରୁ ‘ପିଏମ୍ କେଆର୍ସ ଫଣ୍ଡ’କୁ ଦାନ କରିଥିବା ଦେଖାଯାଇଥିଲା |
On the appeal of Prime Minister Narendra Modi, to combat #COVID19, all paramilitary forces personnel have contributed their one day salary (total Rs 116 crores) to #PMCARES fund. I express my gratitude to all: Home Minister Amit Shah pic.twitter.com/FpN8OIMOtY
— ANI (@ANI) March 29, 2020
ଗତକାଲି ଅଭିନେତା ଅକ୍ଷୟ କୁମାର, କ୍ରିକେଟର ସୁରେଶ ରାଇନାଙ୍କ ଭଳି ବେକ୍ତିତ୍ଵମାନେ ‘ପିଏମ୍ କେଆର୍ସ ଫଣ୍ଡ’କୁ ସହାୟତା ରାଶି ଦାନ କରିଥିବା ବେଳେ ଆଜି ରେଳମନ୍ତ୍ରୀ ପିୟୁଷ ଗୋୟଲ ଏବଂ ୧୩ଲକ୍ଷ ରେଳ କର୍ମଚାରୀ ‘ପିଏମ୍ କେଆର୍ସ ଫଣ୍ଡ’କୁ ୧୫୧କୋଟି ଟଙ୍କା ଦେଇଥିବା ଜଣାପଡିଛି |
ଏନେଇ ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ମୋଦୀଜୀଙ୍କ ଟ୍ରଷ୍ଟ ସ୍ଥାପନ ପରେ ମୁଁ ଏବଂ ଏମଓଏସ ସୁରେଶ ଅଙ୍ଗଦୀ ନିଜର ଗୋଟେ ମାସର ଦରମା ଦେବା ସହ ୧୩ଲକ୍ଷ ରେଳବାଇ ଏବଂ ପିଏସୟୁ କର୍ମଚାରୀମାନେ ନିଜର ଦିନକର ଦରମା ଦାନ କରିଛନ୍ତି | ଆମେ ସର୍ବମୋଟ ୧୫୧କୋଟି ଟଙ୍କା ‘ପିଏମ୍ କେଆର୍ସ ଫଣ୍ଡ’କୁ ଦାନ କରିଛୁ | ସେହିଭଳି ଭାବରେ ସମସ୍ତ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା (ସମୁଦାୟ ୧୧୬କୋଟି) ‘ପିଏମ୍ କେଆର୍ସ ଫଣ୍ଡ’କୁ ଦାନ କରିଥିବା ଜଣା ପଡିଛି | ଏନେଇ ସମସ୍ତ ଅର୍ଦ୍ଧସାମରିକ ବାହିନୀକୁ କୃତଜ୍ଞତା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା | ସବୁଠାରୁ ବଡ଼ କଥା ହେଲା, ଭାରତ କରୋନା ମୁକାବିଲା କରୁଥିବାବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରୁ କିଭଳି ମୁକୁଳିପାରିବା ସେନେଇ ସରକାରଙ୍କ ସହ ଛିଡ଼ା ହୋଇଛନ୍ତି ସାରା ଦେଶ ।