କନକ ବ୍ୟୁରୋ: ସାହିଯାତର ପଂଚମ ଦିନରେ ମାୟାବୀ ରାବଣର ମୃଗ ଲୀଳା ଦେଖିବାକୁ ମିଳିଥିଲା । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସହ ଦେବୀ ସୀତା ଓ ଭାଇ ଲକ୍ଷ୍ମଣ ବନବାସ ଯାତ୍ରା କରିଥିଲେ । କୁଣ୍ଢେଇବେଂଟ ସାହି ଆଖଡା ପକ୍ଷରୁ ଯାତ ବାହାରି ସାହି ପରିକ୍ରମା କରିଥିଲେ । ତେବେ ସାହିଯାତରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ବୀରକର୍ଣ୍ଣ, ଦୁର୍ଗା ମେଢ, କାଳୀ ମେଢ ସହ ନାଗା ନୃତ୍ୟ । ଏହାସହ କୁନି କୁନି ପିଲା ନାଗା ବେଶ ମଧ୍ୟ ମନ ଛୁଇଁଛି ।

Advertisment

ଧୁମଧାମରେ ଚାଲିଛି ପୁରୀ ସାହିଯାତ । ପଂଚମ ଦିନରେ ମାୟା ମୃଗ ଲୀଳା ସାଙ୍ଗକୁ ସୀତା ହରଣ ନୀତି କରିଛି ଦୃଷ୍ଟି ଆକର୍ଷଣ । ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ୧୪ ବର୍ଷର ବନବାସରେ ବାହାରିଥିଲେ ପ୍ରଭୁ ଶ୍ରୀରାମ । ଏହାରି ଭିତରେ ସୀତା ହରଣ ପାଇଁ ଲୀଳା ରଚିଥିଲେ ଲଙ୍କାଧିପତି ରାବଣ । ଆଉ ବେଶ ବଦଳାଇ ମାତା ସୀତାଙ୍କୁ ହରଣ କରିଥିଲେ । ସୀତା ହରଣ କରିବାର ଦୃଶ୍ୟ ଥିଲା ବେଶ୍ ମନଲୋଭା ।

ସେପଟେ ଯାତକୁ ଆକର୍ଷଣୀୟ କରିବା ପାଇଁ କୁଣ୍ଢେଇବେଂଟ ସାହି ଆଖଡା ପକ୍ଷରୁ ଯାତ ବାହାରି ସାହି ପରିକ୍ରମା କରିଥିଲା । ସନ୍ଧ୍ୟା ଧୂପ ପରେ ଦକ୍ଷିଣି ଘର ପୂଜା ହୋଇ ଆଜ୍ଞାମାଳ ବିଜେ ହୋଇଥିଲା । ପରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରିଥିଲେ ରାମ, ଲକ୍ଷ୍ମଣ, ସୀତା । ରାମ, ଲକ୍ଷ୍ମଣ, ସୀତାଙ୍କ ସମେତ ବୀରବର୍ଣ୍ଣ, ଦୁର୍ଗାମେଢ଼, କାଳୀମେଢ଼ ଓ ନାଗା ମଧ୍ୟ ବାହାରିଥିଲା । ସେପଟେ ଭୁଆସିକଙ୍କ ନାଚ ବେଶ୍ ମନଛୁଆଁ ଥିଲା ।

ଚଳିତ ବର୍ଷ କିଛି କୁନି କୁନି ପିଲା ନାଗା ବେଶରେ କଳା ପ୍ରଦର୍ଶନ କରି ପ୍ରଶଂସା ସାଉଂଟିଥିଲେ । ଯାହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।