ଏୟାରଷ୍ଟ୍ରାଇକ ପରେ ପାକର ୧୦ରୁ ୧୨ ବିମାନ ରାଜସ୍ଥାନରେ ଭାରତୀୟ ସୀମାକୁ କରୁଥିଲେ ଅନୁପ୍ରବେଶ !

ସୁଧୁରିବ ନାହିଁ ପାକିସ୍ତାନ

278

କନକ ବ୍ୟୁରୋ : ସୁଧୁରିବ ନାହିଁ ପାକିସ୍ତାନ । ପୁଲୱାମା ଆକ୍ରମଣ ପରେ ଭାରତ ସରକାର ତାହାର ପ୍ରତିଶୋଧ ନେବା ପାଇଁ ୨୬ ଫେବୃଆରୀରେ ଏୟାରଷ୍ଟ୍ରାଇକ କରିଥିଲେ । ଯେଉଁଥିରେ କି ଅନେକ ଆତଙ୍କବାଦୀ ସଂଗଠନ ନିପାତ ହୋଇଥିଲେ । ତେବେ ଏହାର ପରଦିନ ଅର୍ଥାତ ୨୭ ଫେବୃଆରୀରେ ପାକିସ୍ତାନ ଜାମ୍ମୁକାଶ୍ମୀରରେ ଭାରତୀୟ ଆକାଶ ସୀମାରେ ନିଜର ବିମାନ ଅନୁପ୍ରବେଶ କରିଥିଲା । ଏହାର କଡା ଯବାବ ଦେବା ଲାଗି ଭାରତୀୟ ବାୟୁସେନା ପାକର ବିମାନକୁ ବିସ୍ଫୋରଣରେ ହିଁ ଉଡାଇଦେଇଥିଲା ।

ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ବାୟୁସେନା ରାଜସ୍ଥାନ ଆକାଶରେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଭାରତୀୟ ବାୟୁସେନା ତାହାର ଉଦ୍ୟମକୁ ପଣ୍ଡ କରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକର ୧୦ ରୁ ୧୨ ଟି ବିମାନ ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । ଗତକାଲି ମଧ୍ୟ ପାକର ଏକ ବିମାନ ଭାରତ ମଧ୍ୟକୁ ପ୍ରବେଶ କରିଥିଲା କିନ୍ତୁ ତାହାକୁ ଭାରତୀୟ ବାୟୁସେନା ବିସ୍ଫୋରଣ କରିଥିଲା । ତେବେ ବାରମ୍ବାର ଏପରି ଭାବରେ ପାକିସ୍ତାନ ଭାରତୀୟ ସୀମାକୁ ଅନୁପ୍ରବେଶ କରୁଥିବାରୁ ସେନାକୁ ଆଲର୍ଟରେ ରଖଯାଇଛି ।