ଆଜି ବାଇଡେନଙ୍କୁ ଭେଟିବେ ମୋଦୀ । ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ଉପରେ ଜୋର ଦେଇପାରନ୍ତି ଉଭୟ ନେତା

ବୈଠକରେ ଉଠିପାରେ ଆଫଗାନିସ୍ତାନ ପରି ପ୍ରସଙ୍ଗ

87

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁୁ ଆଜି ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଦ୍ୱିପାକ୍ଷିକ ସମ୍ପର୍କ ସହ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ । କରୋନା ମହାମାରୀ ଓ ଆଫଗାନିସ୍ତାନରେ ତାଲିବାନର କବଜା ପରେ ଏହି ଗସ୍ତର ଗୁରୁତ୍ୱ ବଢିଯାଇଛି । ଏହି ଗସ୍ତ ବେଳେ ଭାରତ-ଆମେରିକା ଆହୁରି ନିକଟତର ହେବା ସହ ଚୀନର ଘେରାବନ୍ଦୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରେ । କ୍ୱାଡ ରାଷ୍ଟ୍ର ସମୁହର ବୈଠକରେ ମୋଦୀ, ଆତଙ୍କବାଦ ଓ କରୋନା ପ୍ରସଙ୍ଗ ଉଠାଇପାରନ୍ତି । ସେହିପରି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଚୀନ୍ ବିରୋଧରେ କୂଟନୈତିକ ସହମତି ସୃଷ୍ଟି କରିପାରନ୍ତି ମୋଦୀ ।

କ’ଣ ରହିବ ଆଭିମୁଖ୍ୟ ? 

– କ୍ୱାଡ ବୈଠକରେ ଯୋଗଦେଇ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହ ସହଯୋଗ ବଢାଇବା ଉପରେ ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ 
– ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତିରେ ପଡିପାରେ ମୂଳଦୁଆ 
– ଜୋ ବାଇଡେନଙ୍କ ସହ ବୈଠକରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରୟାସ କରିବେ ମୋଦୀ 
– ବିଶେଷ କରି ପ୍ରତିରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସହଯୋଗ ବଢାଇବା ଉପରେ ଗୁରୁତ୍ୱ ରହିବ 
– ଜାତିସଂଘର ୭୬ତମ ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ 
– ବିଶ୍ୱ ସମ୍ମୁଖରେ ଭାରତର ପକ୍ଷ ରଖିବେ ମୋଦୀ 
– ସମ୍ୱୋଧନରେ କରୋନା ମହାମାରୀ, ଆତଙ୍କରାଜ, ଜଳବାୟୁ ପରିବର୍ତ୍ତନ ପରି ପ୍ରସଙ୍ଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସମ୍ଭାବନା