କୃଷକ ଆନ୍ଦୋଳନର ଦ୍ୱିତୀୟ ବର୍ଷ ପାଳନ । ୩୩ କୃଷକ ସଂଗଠନ ହେଲେ ଏକାଠି

97

କନକ ବ୍ୟୁରୋ : କୃଷକ ଆନ୍ଦୋଳନର ଦୁଇବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ କୃଷକମାନେ ପୁଣି ଏକାଠି ହୋଇଛନ୍ତି । ଏହି କ୍ରମରେ ଦେଶର ପ୍ରମୁଖ ୩୩ ଟି କୃଷକ ସଂଗଠନ ବିିଭିନ୍ନ ରାଜ୍ୟରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର କୃଷକ ହାତରେ ପ୍ଲାକାର୍ଡ ଧରି ସରକାରଙ୍କ ନିକଟରେ ସେମାନଙ୍କ ଦାବି ରଖିଛନ୍ତି । ସେମାନଙ୍କର ପ୍ରମୁଖ ଦାବି ମଧ୍ୟରେ ରହିଛି କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରଭୁକ୍ତ କରିବା । ଏହାସହ କେନ୍ଦ୍ରସରକାର ଚାଷୀମାନଙ୍କର ଲମ୍ବା ଦାବି ପୁରଣ କରିନଥିବା ଅଭିଯୋଗ ହୋଇଛି । ତାହା ମଧ୍ୟରେ ରହିଛି କୃଷକ ଆନ୍ଦୋଳନ ବେଳେ ବିଭିନ୍ନ କୃଷକଙ୍କ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ।

କେବଳ ସେତିକି ନୁହେଁ କୃଷକ ଆନ୍ଦୋଳନ ବେଳେ ଉତ୍ତର ପ୍ରଦେଶର ଲଖିମପୁର ଖେରୀରେ କୃଷକମାନଙ୍କ ଉପରେ ଗାଡି ମଡାଇ ଯେଉଁ ହତ୍ୟା କରାଗଲା ତାହା ଉପରେ ମୃତ କୃଷକଙ୍କ ପରିବାରକୁ ନା କ୍ଷତିପୂରଣ ମିଳିଛି ନା ନ୍ୟାୟ ।

ସେପଟେ କୃଷକନେତାମାନେ କହିଛନ୍ତି କି ଯଦି କେନ୍ଦ୍ର ସରକାର ଭାବୁଛନ୍ତି କୃଷି ଆନ୍ଦୋଳନ ଥଣ୍ଡା ପଡିଗଲା ତେବେ ଏହା କେନ୍ଦ୍ର ସରକାରଙ୍କର ଏକ ଭୁଲ ଧାରଣା । ଆବଶ୍ୟକ ପଡିଲେ ପୁଣି କୃଷକମାନେ ଏକାଠି ହେବେ ଓ ଦିଲ୍ଲୀରେ ପୂର୍ବ ଆନ୍ଦୋଳନ ଠାରୁ ଆହୁରି ବଡ ଆନ୍ଦୋଳନ ହେବ ବୋଲି କେନ୍ଦ୍ର ସରକାରଙ୍କୁ କୃଷକନେତାମାନେ ଚେତାବନୀ ଦେଇଛନ୍ତି ।