କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତବ୍ୟ ପଥର ଭବ୍ୟ ସମାରୋହରେ ସାରା ବିଶ୍ୱ ଦେଖିଛି ଭାରତର ନାରୀଶକ୍ତିର ସାମର୍ଥ୍ୟ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତି ଓ ଆତ୍ମନିର୍ଭର ଭାରତ ପ୍ରମୁଖତା ଭାବେ ସ୍ଥାନ ପାଇଥିଲା । ପ୍ରଥମ ଥର ପାଇଁ ପରେଡ ଆରମ୍ଭ କରିଛନ୍ତି ମହିଳା । ପ୍ରତିଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହୋଇଥାଏ । ଏଥର କିନ୍ତୁ ପାରମ୍ପରିକ ଢଙ୍ଗରେ ଶଙ୍ଖ ଧ୍ୱନି ଓ ନାଗଡା ବଜାଇ ପରେଡ ଆରମ୍ଭ କରିଥିଲେ ଶହେ ଜଣ ମହିଳା କଳାକାର । ସେହିପରି ପରେଡ ପରେ ମହିଳା ସେନା ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରିଥିଲେ । ପୂର୍ବରୁ ଦୁଃସାହାସିକ କ୍ରୀଡା କେବଳ ଯବାନମାନେ ପ୍ରଦର୍ଶନ କରୁଥିଲେ । କିନ୍ତୁ ଏଥର କର୍ତବ୍ୟ ପଥରେ ମହିଳାଙ୍କ ଦୁଃସାହାସି କ୍ରୀଡା ପ୍ରଦର୍ଶନ ସମସ୍ତଙ୍କୁ ରୋମାଂଚିତ କରିଛି । ଖାଲି ଏତିକି ନୁହେଁ ତିନି ସେନାର ସଂପୂର୍ଣ୍ଣ ମହିଳା ଟ୍ରୁପ ପରେଡ କରିଥିଲେ । ଏହାପରେ ବାୟୁସେନାର ମହିଳା କମାଣ୍ଡରଙ୍କ ନେତୃତ୍ୱରେ ସାମରିକ କଳାକୌଶଳ କର୍ତବ୍ୟପଥର ଉପସ୍ଥିତ ସମସ୍ତ ଭାରତୀୟଙ୍କ ମନରେ ଗର୍ବ ଓ ଆତ୍ମ ବିଶ୍ୱାସ ଭରି ଦେଇଥିଲା ।
ଗଣତନ୍ତ୍ର ଦିବସରେ କର୍ତବ୍ୟ ପଥରେ ପ୍ରଦର୍ଶନ ହେଲା ନାରୀ ଶକ୍ତି: ୩ ସେନାର ୩ଟି ମହିଳା ଦଳ କଲେ ପ୍ରଦର୍ଶନ
/kanak/media/post_attachments/wp-content/uploads/2024/01/25-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)