କନକ ବ୍ୟୁରୋ : ରାଜସ୍ଥାନ ଜୈସଲାମରରେ ବିଏସଏଫର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ଯୋଗଦେଇଛନ୍ତି । ଏହି ଅବସରରେ ବିଏସଏଫ ଯବାନ ମାନେ ବିଭିନ୍ନ ପ୍ରକାର କଳା କୌଶଳ ପ୍ରଦର୍ଶନ କରିଛନ୍ତି । ଦୁଃସାହାସିକ ଭାବେ ଷ୍ଟଂଟ ପ୍ରଦର୍ଶନ କରୁଥିବା ଚିତ୍ର ସାମ୍ନାକୁ ଆସିଛି ।
ଏହି ଅବସରରେ ଅଭିଭାଷଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ସେନାକୁ ବିଶ୍ବର ଶ୍ରେଷ୍ଠ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବା ହେଉଛି ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ପ୍ରତିବଦ୍ଧତା । ଭାରତ ‘ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି’ ବିକାଶ କରୁଛି ଏବଂ ଖୁବ୍ ଶୀଘ୍ର ତାହା ନିରାପତ୍ତା ବଳଙ୍କୁ ଯୋଗାଇ ଦିଆଯିବ । କେନ୍ଦ୍ରୀୟ ନିରାପତ୍ତା ଏଜେନ୍ସିଙ୍କ କହିବା ଅନୁସାରେ, ୨୦୧୯ରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପୋଷ୍ଟ୍ ଅଞ୍ଚଳର କେତେକ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ସ୍ ଏବଂ ଅଚିହ୍ନା ଉଡ଼ନ୍ତା ବସ୍ତୁ ଦେଖା ଦେଉଛି ।
ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଜୟସାଲ୍ମେର୍ରେ ‘ବିଏସ୍ଏଫ୍’ର ‘ରାଇଜିଙ୍ଗ୍ ଡେ’ ପାଳନ କରାଯାଉଛି । ଏହି ଅବସରରେ ଗୃହମନ୍ତ୍ରୀ ସୀମା ସୁରକ୍ଷା ବଳ ଯବାନମାନଙ୍କୁ ପଦକ ପ୍ରଦାନ କରିଛନ୍ତି । ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ରୋହିତାଶ ସୀମା ପରିଦର୍ଶନ କରି ‘ବିଏସ୍ଏଫ୍’ ଯବାନମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ।