ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ : ଦଶମୀ ତିଥିରେ ଆରମ୍ଭ ହୋଇଛି ନିର୍ମାଣ କାମ ; ବେଶ ନିର୍ମାଣ କାମ କରିଛନ୍ତି ବେଶ କାରିଗର 

320

 କନକ ବ୍ୟୁରୋ : ଆସନ୍ତା ୨୭ରେ ମହାପ୍ରଭୁଙ୍କ ହେବ ପ୍ରସିଦ୍ଧ ନାଗାର୍ଜୁନ ବେଶ । ଏନେଇ ବିଜୟା ଦଶମୀଦିନ ଆରମ୍ଭ ହୋଇଛି ନାଗାର୍ଜୁନ ବେଶର ନିର୍ମାଣ କାମ । ବେଶ କାରିଗରମାନେ ବେଶ ନିର୍ମାଣ ଆରମ୍ଭ କରିଛନ୍ତି । ନାର୍ଗାଜୁନ ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯାଇଛି । ସୋଲ , ଜରି ଓ ଜାମ୍ବୁରା ଆଦିରେ ବେଶ କରାଯିବ । ଦୀର୍ଘ ୨୬ ବର୍ଷ ପରେ ଏହି ବେଶ ଅନୁଷ୍ଠିତ ହେଉଛି । କିନ୍ତୁ କରୋନା କଟକଣା ଯୋଗୁଁ ଏଥର ନାଗାର୍ଜୁନ ବେଶକୁ ଦର୍ଶନ କରିପାରିବେନି ଭକ୍ତ ।