କନକ ବ୍ୟୁରୋ : ବିଶ୍ୱ ମାତୃ ଦିବସରେ ମାଓ ସଙ୍ଗଠନରକୁ ନେଇ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । ନକ୍ସଲ ସଙ୍ଗଠନରରେ ସାମିଲ ହୋଇ ବିବାହ କରିବା ପରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଛି । ଅର୍ଥାତ ହାତରେ ବନ୍ଧୁକ ଧରି ନରସଂହାର କରୁଥିବା କ୍ୟାଡର ମାଓବାଦୀ ସଂସାର ସୁଖ ଭୋଗ କରିପାରିବେ ନାହିଁ । ତେଣୁ ସଙ୍ଗଠନରରେ ସାମିଲ ହେବା ଆଗରୁ ସେମାନଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର ଭଳି ଅମାନୁଷିକ ପ୍ରକ୍ରିୟା ଦେଇ ଅତିକ୍ରମ କରିବାକୁ ପଡୁଛି ।

Advertisment

କାରଣ ମାଓ ସଙ୍ଗଠନରେ ସନ୍ତାନ ଜନ୍ମ କରିବା ଉପରେ ରହିଛି ପ୍ରତିବନ୍ଧକ । ଲାଲ ବାହିନୀ ଛାଡି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିବା ଏକ ମାଓ ଦମ୍ପତି ଏନେଇ ଖୁଲାସା କରିଛନ୍ତି । ମାଓ ସଂଗଠନରେ ଥାଇ ଏମାନେ ପରସ୍ପରକୁ ବିବାହ କରିଥିଲେ ମଧ୍ୟ ସନ୍ତାନ ସୁଖ ପାଇପାରି ନାହାନ୍ତି । ଆଉ ଏବେ ଜଣେ ସଂପର୍କୀୟଙ୍କ ସନ୍ତାନକୁ ପୋଷ୍ୟ ଭାବେ ଗ୍ରଣହ କରିଛନ୍ତି ଏହି ମାଓ ଦମ୍ପତି ।

ମାଓ ନେତ୍ରୀ କାନୀ କୱାସୀ ଓରଫ ରୁକ୍ମିିଣୀ ଏବଂ ମାଓ ନେତା ବୁଦ୍ରା କୱାସୀ ଓରଫ ସୁକଦେବ । କାନୀ ୨୦୦୦ ମସିହାରୁ ମାଓ ସଙ୍ଗଠନରେ ଏସିଏମ କ୍ୟାଡର ଭାବେ ସକ୍ରୀୟ ଥିଲେ । କାଲିମେଳା, ପଡିଆ, ବୈପାରିଗୁଡା, ମାଛକୁଣ୍ଡ ଆଦି ଅଞ୍ଚଳରେ କାମ କରି ବହୁ ବଡ ବଡ ହିଂସାକାଣ୍ଡ ଭିଆଇଥିଲେ । ସେହିପରି ସୁକଦେବ ମଧ୍ୟ ୨୦୦୨ ମସିହାରୁ ସଙ୍ଗଠନରେ ଯୋଗ ଦେଇ କାଲିମେଳ, ପଡିଆ ମୋଟୁ, ବୌପାରିଗୁଡା, ବିଚ୍ଛିନ୍ନାଞ୍ଚଳରେ ଡିସିଏମ କ୍ୟାଡର ଭାବେ ସକ୍ରିୟ ରହି ତେଲେରାଇ ବିସ୍ଫୋରଣ, ରାମଗିରି ଫାଣ୍ଡି ବିସ୍ଫୋରଣ, ବିଏସଏଫ କମାଣ୍ଡାଣ୍ଟଙ୍କ ଗାଡି ବିସ୍ଫୋରଣ ପରି ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ ।

ତେବେ ଉଭୟଙ୍କ ବାହାଘର ଲାଗି ପରିବାର ନିୟୋଜନ ଅସ୍ତ୍ରପୋଚାର ଭଳି ସର୍ତ ରଖିଥିଲା ମାଓ ସଙ୍ଗଠନ । ତେଣୁ ଅସ୍ତ୍ରପୋଚାର କରି ବାହା ହୋଇଥିଲେ । ୨୦୧୬ରେ ଦୁହେଁ ପୁଲିସ ନକଟରେ ଆତ୍ମସମର୍ପଣ ସିନା କଲେ ତେବେ ମା ହୋଇପାରି ନଥିଲେ କାନୀ । ତେଣୁ ଗାଁରୁ ନିଜ ପୁତୁରାକୁ ଆଣି ମା’ ହେବାର ସ୍ୱପ୍ନକୁ ସାକାର କରିଛନ୍ତି ।