ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ଟ୍ରମ୍ପ: ଇମ୍ରାନଙ୍କୁ କହିଲେ, କେଉଁଠୁ ଖୋଜିକି ଆଣୁଛ ଏମିତିକା ରିପୋର୍ଟର

ଜମ୍ମୁ କାଶ୍ମୀରର ମାନବାଧିକାରୀ ଉଲ୍ଲଂଘନ ନେଇ ପ୍ରଶ୍ନ କରିଥଲେ ଗଣମାଧ୍ୟମ ପ୍ରତିନିଧି

2,262

କନକ ବ୍ୟୁରୋ: ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗି ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇମ୍ରାନଙ୍କୁ କହିଲେ, ଏମିତି ସାମ୍ବାଦିକ କେଉଁଠୁ ଖୋଜିକି ଆଣୁଛ । ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇଥିଲା । ଏହାପରେ ଉଭୟ ମିଳିତ ଭାବେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ।

ଏହି ସମୟରେ ଜଣେ ପାକିସ୍ତାନୀ ସାମ୍ବାଦିକ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ଉଠାଇଥିଲେ । ଟ୍ରମ୍ପଙ୍କୁ ପାକିସ୍ତାନ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରି ଥିଲେ ଯେ, ଗତ ୫୦ଦିନ ହେଲା କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି ଏବଂ ଲୋକଙ୍କୁ ଖାଇବାକୁ ମିଳୁନାହିଁ ଓ ଇଂଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । କାଶ୍ମୀରବାସୀଙ୍କ ପାଇଁ ଟ୍ରମ୍ପ କଣ କରିବେ । ଏହାର ଜବାବରେ ଇମ୍ରାନଙ୍କୁ ଟ୍ରମ୍ପ କହିଥିଲେ ଯେ କେଉଁଠୁ ଖୋଜିକି ଆଣୁଛ ଏପରି ସାମ୍ବାଦିକ ।