କନକ ବ୍ୟୁରୋ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା । ଚଳିତବର୍ଷ ମୋଟ ୭୦.୭୮ ପ୍ରତିଶତ ପରୀକ୍ଷା ଫଳରେ ଉତୀର୍ଣ୍ଣ ହୋଇଛନ୍ତି । କଟକ ବୋର୍ଡ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବରେ ଫଳ ପ୍ରକାଶ କରିଛନ୍ତି ବିଭାଗୀୟ ସଚିବ । ତେବେ ରାଜ୍ୟରେ ମୋଟ ୮୨ ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ମିଳିଥିବା ସୂଚନା ଅନୁସାରେ, ଚଳିତ ମାଟ୍ରିକ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହୋଇନାହାନ୍ତି ସେମାନେ ପୁଣି ଥରେ ଜୁନ ମାସରେ ପରକ୍ଷା ଦେବେ । ଅର୍ଥାତ ଆସନ୍ତା ମାସରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ମାଟ୍ରିକ ପରୀକ୍ଷାରେ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।
Advertisment
publive-imageଏପଟେ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ପରୀକ୍ଷାରେ ଅଧିକ ଭଲ କରିଛନ୍ତି । ଏଥର ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏଥର ବି ପଛରେ ପଡ଼ିଯାଇଛନ୍ତି ଛାତ୍ର । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବା ବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି । ନିଜର ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ ୱେବସାଇଟରେ ମଧ୍ୟ ଦେଖିପାରିବେ  ।