କନକ ବ୍ୟୁରୋ : ନିର୍ଭୟା ମାମଲାରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା କ୍ୟୁରେଟିଭ ପିଟିସନର ଶୁଣାଣୀ ଜାନୁଆରି ୧୪ତାରିଖରେ ହେବ । ସର୍ବୋଚ୍ଚ ନ୍ୟାୟାଳୟର ପାଂଚ ଜଣିଆ ଖଣ୍ଡପୀଠ ଏହି ଶୁଣାଣୀ କରିବେ । ୨୨ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ବ୍ଲାକ ୱାରେଂଟ ଜାରି କରିଛନ୍ତି ଦିଲ୍ଲୀ ପଟିୟାଲା କୋର୍ଟ । ଏହା ପରେ ଦୋଷୀ ବିନୟ ଶର୍ମା ସୁପ୍ରିମ କୋର୍ଟରେ କ୍ୟୁରେଟିଭି ପିଟିସନ ଦାଖଲ କରଥିଲେ ।
ଫାଶୀଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଦୋଷୀ ବିନୟ ଶର୍ମା ଆବେଦନ କରିଥିଲା । ଯାହାର ଶୁଣାଣୀ ୧୪ ଜାନୁଆରିରେ ହେବ । ୭ ତାରିଖ ଦିନ ପଟିୟାଲା କୋର୍ଟରେ ୪ ଦୋଷୀଙ୍କ ଡ଼େଥ ୱାରେଂଟି ଜାରି ହୋଇଥିଲା । ୨୨ ତାରିଖ ଦିନ ସକାଳ ୭ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ ଦୋଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/supremecourt7_1548941816510_1555036175108.jpg)