କନକ ବ୍ୟୁରୋ : ପୁଣି ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଟେଲିଫୋନ ଯୋଗେ କଥା ବାର୍ତାବେଳେ ଜମ୍ମୁ ଓ କଶ୍ମୀର ସମସ୍ୟାରେ ମଧ୍ୟସ୍ଥିତା କରିବାକୁ ଟ୍ରମ୍ପ ଦେଉଥିବା ପ୍ରସ୍ତାବକୁ ଖାନ୍ ପ୍ରଶଂସା କରିଛନ୍ତି । ଏହା ସହିତ ଜମ୍ମୁ ଓ କଶ୍ମୀରର ସାମ୍ପ୍ରତିକ ସ୍ଥିତି ନେଇ ଟ୍ରମ୍ପଙ୍କୁ ଇମ୍ରାନ ଅବଗତ କରିଥିବା ଜଣାପଡିଛି । ଇମ୍ରାନ କହିଛନ୍ତି ଜମ୍ମୁକାଶ୍ମୀରର କୋଟି କୋଟି ଲୋକ ଅବଦମିତ ହୋଇ ରହିଛନ୍ତି ।
ଧାରା ୩୭୦ ଉଛେଦ ହେବା ପରଠାରୁ ପାକିସ୍ତାନ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟଫର୍ମରେ ଭାରତକୁ ବଦନାମ କରିବାକୁ ଉଦ୍ୟମ କରିଆସୁଛି । ଏଥିରେ ମଧ୍ୟସ୍ଥତା କରିବାକୁ ବାରମ୍ବାର ଟ୍ରମ୍ପ ପ୍ରଶାସନକୁ କହିଥିଲେ ବି ଭାରତ କହିଛି ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିପାଇଁ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ପାରେ , କିନ୍ତୁ ତୃତୀୟ ପକ୍ଷ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/trump-imran.jpg)