ଭଦ୍ରକ ବିଧାୟକଙ୍କ ପରେ ସାଂସଦଙ୍କୁ କରୋନା: ଭୂତାଣୁ ସଂକ୍ରମିତ ନେଇ ନିଜେ ଟ୍ୱିଟ୍ କରି ଜଣାଇଲେ ମଂଜୁଲତା ମଣ୍ଡଳ; ସାଂସଦଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ବି ପଜିଟିଭ

267

କନକ ବ୍ୟୁରୋ: ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ପରେ ଭଦ୍ରକ ସାଂସଦଙ୍କୁ କରୋନା । ସାଂସଦ ମଂଜୁଲତା ମଣ୍ଡଳ ଭୂତାଣୁ ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ଏହାସହ ସେ ଲେଖିଛନ୍ତି, ସେ ବର୍ତମାନ ସୁସ୍ଥ ଅଛନ୍ତି । ଏବଂ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗତ କିଛି ଦିନ ଭିତରେ ସାଂସଦଙ୍କ ସଂସ୍ପର୍ଷରେ ଆସିଥିବା  ବ୍ୟକ୍ତିମାନେ ସଂଗରୋଧରେ ରହିବା ସହ କରୋନା ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଛନ୍ତି ସାଂସଦ ମଂଜୁଲତା ମଣ୍ଡଳ । ସାଂସଦଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ କରୋନା ପଜିଟିଭ । ପୂର୍ବରୁ ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ୭ ଜଣ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି ।

ଏହାପୂର୍ବରୁ  ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Comments are closed.