ଗାନ୍ଧି ଜୟନ୍ତୀରେ ଟ୍ରେନରେ ମିଳିବନି ଆମିଷ ଖାଦ୍ୟ ! ପାଳନ କରାଯିବ ‘ଶାକାହାର ଦିବସ’ ।

Advertisment
ଗାନ୍ଧି ଜୟନ୍ତୀରେ ଟ୍ରେନରେ ମିଳିବନି ଆମିଷ ଖାଦ୍ୟ ! ପାଳନ କରାଯିବ ‘ଶାକାହାର ଦିବସ’ ।

image courtesy - http://khatrimultitech.com

ଯଦି ରେଲୱେର ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ତେବେ ଅକ୍ଟୋବର ୨ ତାରିଖକୁ ନା କେବଳ ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ ରୂପେ ପାଳନ କରାଯିବ ବରଂ ‘ଶାକାହାର ଦିବସ’ ରୂପେ ମଧ୍ୟ ପାଳନ କରାଯିବ । ମହାତ୍ମାଗାନ୍ଧିଙ୍କ ଜନ୍ମ ଜୟନ୍ତୀଙ୍କୁ ‘ଶାକାହାର ଦିବସ’ ରୂପେ ପାଳନ କରାଯିବ ।ସୂଚନା ଅନୁଯାୟୀ, ରେଲୱେ ବୋର୍ଡ ଏକ ପ୍ରସ୍ତାବ ଦାଖଲ କରିଛି ଯେଉଁଥିରେ ୨୦୧୮, ୨୦୧୯, ୨୦୨୦ ଅକ୍ଟୋବର ୨ ତାରିଖରେ ରେଲୱେ ପରିସରରେ ଯାତ୍ରାମାନଙ୍କୁ ଆମିଷ ଖାଦ୍ୟ ଦିଆଯିବ ନାହିଁ । ୨୦୨୦ ମସିହାରେ ଜାତିର ପିତା ମହାତ୍ମାଗାନ୍ଧିଙ୍କର ୧୫୦ତମ ଜନ୍ମ ଜୟନ୍ତୀରେ କେନ୍ଦ୍ର ସରକାର ଏକ ବିଶେଷ ସମାରୋହ କରିବାର ଯୋଜନା କରିଛନ୍ତି ।

publive-image

ରେଲୱେରେ ଶାକାହାର ଦିବସ ପାଳନ କରାଯିବା ସହ ସାବରମତିରୁ ଗାନ୍ଧିଜୀଙ୍କ ସହ ଯୋଡି ହୋଇଥିବା ବିଭିନ୍ନ ଷ୍ଟେସନ ପାଇଁ ସ୍ୱଚ୍ଛତା ଏକ୍ସପ୍ରେସ ଏବଂ ଦାଣ୍ଡି ମାର୍ଚ୍ଚ ଉପଲକ୍ଷେ ମାର୍ଚ୍ଚ ୧୨ ତାରିଖରୁ ସାବରମତୀ ଠାରୁ ବିଶେଷ ନାମକ ଟ୍ରେନ ଚାଲିବାର ଯୋଜନା କରାଯାଇଛି । ମହାତ୍ମାଗାନ୍ଧିଙ୍କର ୱାଟରମାର୍କ ଫଟୋ ଥିବା ଟିକେଟ ମଧ୍ୟ ରେଳବାଇ ପକ୍ଷରୁ ଜାରି କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ରେଲୱେ ବୋର୍ଡ ଅନୁଯାୟୀ, ଏଥିପାଇଁ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଅନୁମତି ଆବଶ୍ୟକ ପଡିବ । ତେବେ ଏହି ମାସ ଆରମ୍ଭରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମାଗାନ୍ଧିଙ୍କର ୧୫୦ତମ ଜନ୍ମ ଜୟନ୍ତୀ ସମାରୋହର ପ୍ରସ୍ତୁତିକୁ ନେଇ ରାଷ୍ଟ୍ରୀୟ ସମିତିର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe