ଦୀପାବଳିରେ ରାସାୟନିକ ବାଣକୁ ନାଁ । ପ୍ରଦୁଷଣ ରୋକିବାକୁ ବଜାରରେ ମିଳୁଛି ସବୁଜ ବାଣ

78

କନକ ବ୍ୟୁରୋ : ଦୀପାବଳି ପାଇଁ ବ୍ରହ୍ମପୁର ଉପକଣ୍ଠ ଲାଠି ଓ ଡ଼େଙ୍ଗାପଦର ଠାରେ ବାଣ ବଜାର ଖୋଲା ଯାଇଛି । ବର୍ଷ ବର୍ଷଧରି ବ୍ରହ୍ମପୁର ନିଳକଣ୍ଠସ୍ୱର ବାଣ ବଜାର ରେ ବାଣ ବିକ୍ରି ହେଉଥିଲା । କିନ୍ତୁ ସେଠାରେ ଜନବସତି ବଢିବା ହେତୁ ସେଠାରେ ବାଣ ବିକ୍ରୀ ବନ୍ଦ ହୋଇଗଲା । ଏବେ କିନ୍ତୁ ଡ଼େଙ୍ଗା ପଦର ଓ ଲାଠିରେ ବିକ୍ର ହେଉଛି । ଏଠାରେ ସରକାରୀ ନିୟମ ଅନୁଯାୟୀ ଗୋଟିଏ ଦୋକାନରୁ ଆଉ ଏକ ଦୋକାନ ମଧ୍ୟରେ ୧୫ ଫୁଟର ଦୁରତା ରହିଛି । ଏଠରେ ଧିରେ ଧିରେ ଲୋଙ୍କ ମଧ୍ୟ ଭିଡ଼ ଜମିବାରେ ଲାଗିଛି । ଚଳିତ ବର୍ଷ ବ୍ୟବସାୟୀ ସବୁଜ ବାଣକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କାରଣ ପରିବେଶ ପ୍ରଦୂଷଣ ବଢୁଥିବାରୁ ସବୁଜ ବାଣ ବିକ୍ରି ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ସ୍ଥାନରେ ସବୁଜ ବାଣ ହିଁ ବିକ୍ରି ହେଉଛି । ବାଣ ବଜାରରେ ୫୦ ଟଙ୍କାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ।