ସେନା ଦିବସରେ ଗଲୱାନ ଗଣ୍ଡଗୋଳର ନିଜକୁ ସୁହାଇଲା ଭଳି ଭିଡିଓ ଜାରି କଲା ଚୀନ : ଭିଡିଓରେ ପକ୍ଷର ନଦୀ ସ୍ରୋତରେ ଭାସି ଯାଉଛନ୍ତି ଚୀନ ସୈନିକ

137

କନକ ବ୍ୟୁରୋ : ଗଲୱାନ ଗଣ୍ଡଗୋଳର ଏକ ଭିଡିଓ ଜାରି କରି ସେନା ଦିବସ ପାଳନ କରିଛି ଚୀନ । ତେବେ ନିଜକୁ ସୁହାଇଲା ଭଳି ଏକ ଭିଡିଓ ଜାରି କରିଛି ବେଜିଂ । ଚୀନର ଇଂରାଜୀ ଟିଭି ଚ୍ୟାନେଲ ସିଜିଟିଏନ ପକ୍ଷରୁ ଏହି ଭିଡିଓ ପ୍ରସାରଣ ହୋଇଛି । ଏହି ଭିଡିଓରେ ଦସ୍ୱବ ଦେଶର ଯବାନ ପରସ୍ପର ଆଡକୁ ମାଡିଆସୁଥିବା ଦେଖାବିକୁ ମିଳୁଛି । ଏପରିକି ଗଲୱାନ ଘାଟିର ଏକ ଉଚ୍ଚ ସ୍ଥାନରୁ ଚୀନ ପିଏଲଏ ସୈନିକମାନେ ଭାରତୀୟ ଯବାନଙ୍କ ଉପରକୁ ପଥର ମାଡ କରୁଛନ୍ତି ।

କିଛି ଚୀନ ସୈନିକ ପାଣିର ପ୍ରଖର ଶ୍ରୋତରେ ଭାସି ଯାଉଥିବାବେଳେ ସେମାନଙ୍କୁ ଅନ୍ୟମାନେ ଉଦ୍ଧାର କରୁଥିବା ଭିଡିଓରେ ରହିଛି । ଏକପାଖିଆ ଏହି ଭିଡିଓରେ ଦ୍ୱିପାକ୍ଷିକ ବୁଝାମଣାକୁ ଭାରତୀୟ ଯବାନମାନେ ଉଲ୍ଲଂଘନ କରି ସୀମା ପାର କରିଥିବା ଦାବି କରାଯାଇଛି । ତେବେ ଚୀନ ସୈନିକମାନେ କିଭଳି କଷ୍ଟ ସହି ନିଜ ସୀମାର ସୁରକ୍ଷା କରିବା ପାଇଁ ଭାରତୀୟ ଯବାନଙ୍କ ମୁକାବିଲା କରିଥିଲେ ସେହିକଥାକୁ ବେଜିଂ ଏହି ଭିଡିଓରେ ଦର୍ଶାଇବାକୁ ପ୍ରୟାସ କରିଛି ।

ତେବେ ସୀମା ବିବାଦକୁ ତୁଟାଇବା ପାଇଁ ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଏହି ବୈଟକରୁ ବିଶେଷ ସଫଳତା ମିଳିନଥିବାବେଳେ ଆଗକୁ କମାଣ୍ଡରସ୍ତରୀୟ ବୈଠକରେ ଆଲୋଚନା କରାଯିବ ବୋଲି ଏକ ମିଳିତ ବିବୃତି ଜାରି କରାଯାଇଥିଲା । ଏହି ବିବୃତି ଜାରି ହେବାର ଗୋଟିଏ ଦିନ ପରେ ନିଜକୁ ସୁହାଇଲା ଭଳି ଭିଡିଓ ଜାରି କରିଛି ଚୀନ ।