ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମୋଦୀଙ୍କ ମାରାଥନ ପ୍ରଚାର, ସଭାରେ କହିଲେ, କଂଗ୍ରେସ ଶାସନ ବେଳେ ଗୁଜୁରାଟର ବିକାଶ ଥିଲା ସ୍ୱପ୍ନ

68

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଆଉ ପ୍ରଚାର ପ୍ରସାରର ମଙ୍ଗ ଧରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ପ୍ରଥମେ ମଧ୍ୟପ୍ରଦେଶ ପରେ ରାଜସ୍ଥାନା ଓ ଗୁଜୁରାଟରେ ପହଁଚି ରାଲି ଓ ଜନସଭାକୁ ସମ୍ବୋଧନ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟଗସ୍ତ କରି ଅହମଦାବାଦର ସାଇନ୍ସ ସିଟିରେ ଆୟୋଜିତ ଭାଇବ୍ରେଂଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁଜରାଟବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସମ୍ମିଳନୀକୁ ପୂରିଛି ୨୦ବର୍ଷ । ଏହି ସମ୍ମିଳନୀ ପାଇଁ ୨୦ବର୍ଷ ପୂର୍ବରୁ ଯେଉଁ ମଂଜି ପୋତାଯାଇଥିଲା ବର୍ତମାନ ସେ ସଫଳତାର ଏକ ବିଶାଳ ବୃକ୍ଷରେ ଭାବେ ଉଭା ହୋଇଛି ।

ଅଭିଭାଷଣରେ ଗୁଜରାଟବାସୀଙ୍କୁ ସମ୍ବୋଧିତ କରି ରାଜ୍ୟର ଇତିହାସ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟ ଅନେକ ଝଡ଼ଝଂଜା ଦେଇ ଗତି କରିଛି । ସବୁ ପରିସ୍ଥିତ ଭିତରେ ଗୁଜରାଟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥିବା ମୋଦୀ କହିଛନ୍ତି । ମୋଦୀ କହିଛନ୍ତି ଆର୍ଥିକ ସଙ୍କଟ ଠାରୁ ଭୂ-କମ୍ପ ପରି ସ୍ଥିତିର ଦୃଢତାର ସହ ମୁକାବିଲ କରିଛି ଗୁଜରାଟ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ବିଭିନ୍ନ ଆହ୍ନାନର ସମ୍ମୁଖୀନ ହେବାକୁ ପଡିଥିବା କହିଛନ୍ତି ମୋଦୀ । ମଂଚ ଉପରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେଉଁ ସମୟରେ କଂଗ୍ରେସ କେନ୍ଦ୍ରରେ ସରକାର କରିଥିଲା ସେହି ସମୟରେ ଗୁଜରାଟର ବିକାଶ ଏକ ସ୍ୱପ୍ନ ପରି ମନେ ହେଉଥିଲା । ନିବେଶକଙ୍କ ପାଇଁ ଗୁଜରାଟର ରାସ୍ତାର ବନ୍ଦ କରି ବିକାଶରେ ବାଧା ସାଜିଥିଲା କଂଗ୍ରେସ । ନିବେଶକଙ୍କୁ ଧମକ ଦେଉଥିଲା କଂଗ୍ରେସ ।