କନକ ବ୍ୟୁରୋ : ହିଂସା ଭିତରେ ମଣିପୁରରୁ ଆସିଲା ଲଜ୍ଜାଜନକ ଭିଡିଓ । ମହିଳାଙ୍କୁ ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ ହୋଇଛନ୍ତି । ଇମ୍ଫାଲର ପଶ୍ଚିମାଂଚଳରେ ଏକ ଗ୍ରୋସରୀ ମଲରେ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ ମୁଖ୍ୟ କନଷ୍ଟେବଳ । ସିସିଟିଭିରେ ରେକର୍ଡ ହୋଇଥିଲା ଦୃଶ୍ୟ । ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାରେ ଶୂନ୍ୟ ସହନଶୀଳତା ସହ ନିରପେକ୍ଷ ତଦନ୍ତ କରିବାକୁ ବିଏସଏଫ ନିର୍ଦ୍ଦେଶ ଦେଇଛି । ହିଂସାର ଭିଡିଓ ଭାଇରାଲ ହେଉଥିବାରୁ ଇଂଟରନେଟ୍ ଓ ଡାଟା ବ୍ୟବହାର ଉପରେ କଟକଣା ଜାରି ହୋଇଛି ।