ବୁଦ୍ଧପୂର୍ଣ୍ଣିମା ପୂର୍ବରୁ ଆସିଲା ଗୁଇନ୍ଦା ରିପୋର୍ଟ ! ପଶ୍ଚିମବଙ୍ଗରେ ହୋଇପାରେ ଫିଦାୟୀନ୍ ଆକ୍ରମଣ 

ବୁଦ୍ଧପୂର୍ଣ୍ଣିମା ପୂର୍ବରୁ ଆସିଲା ଗୁଇନ୍ଦା ରିପୋର୍ଟ !

153

କନକ ବ୍ୟୁରୋ : ବୁଦ୍ଧପୂର୍ଣ୍ଣିମା ଅବସରରେ ପଶ୍ଚିମବଙ୍ଗ କିଂବା ବାଂଲାଦେଶରେ ଜମାତ୍-ଉଲ୍-ମୁଜାହିଦୀନ୍ ବାଂଲାଦେଶ (ଜେଏମ୍ବି) କିଂବା ଇସଲାମିକ ଷ୍ଟେଟ୍ (ଆଇଏସ୍ଆଇଏସ୍) ଫିଦାୟୀନ୍ ଆକ୍ରମଣ କରିପାରେ ବୋଲି କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଚେତାବନୀ ଦେଇଛି। ସତର୍କ ସୂଚନାରେ କୁହାଯାଇଛି ଯେ ଅବିଭକ୍ତ ବଙ୍ଗରେ (ପଶ୍ଚିମବଙ୍ଗ ଓ ପୂର୍ବବଙ୍ଗ) ଆକ୍ରମଣ କରିବା ପାଇଁ ଜଣେ ଅନ୍ତଃସତ୍ତ୍ୱା ମହିଳା ବେଶରେ ଫିଦାୟୀନ୍ ହିନ୍ଦୁ କିଂବା ବୌଦ୍ଧ ମନ୍ଦିରରେ ପ୍ରବେଶ କରି ପାରନ୍ତି।

image courtesy – www.militaryaerospace.com

କେନ୍ଦ୍ର ସରକାର ଶୁକ୍ରବାର ଅପରାହ୍ଣରେ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ସୂଚନା ଦେଇଛି। ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ପ୍ରକାର ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ସୂଚନା ଆଧାରରେ ପଶ୍ଚିମବଙ୍ଗ ପୁଲିସ ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ଓ ବୌଦ୍ଧ ଦେବାଳୟରେ କଠୋର ସୁରକ୍ଷା ବ୍ୟବସ୍ଥା କରିଛି। ଦୁଇ ସପ୍ତାହ ତଳେ ବଙ୍ଗରେ ଆଇଏସଆଇଏସକୁ ସମର୍ଥନ ଦେଉଥିବା ଟେଲିଗ୍ରାମ୍ ଚାନେଲ୍ଗୁଡ଼ିକ ବଙ୍ଗରେ ଆକ୍ରମଣ କରାଯିବାକୁ ଧମକ ଥିବା ଏକ ବାର୍ତ୍ତା ରିଲିଜ୍ କରିଥିଲେ।