ଡ୍ରଗ୍ସ କନେକ୍ସନକୁ ନେଇ ଭାଗଭାଗ ବଲିଉଡ: ଜୟାଙ୍କ ଅଭିଯୋଗ ପରେ ଜବାବ ରଖିଲେ କଙ୍ଗନା ରାଣାୱତ; ସେପଟେ ଜୟାଙ୍କ ସପକ୍ଷରେ ବାହାରିଲେ ହେମାମାଳନୀନି

627

କନକ ବ୍ୟୁରୋ: ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ଦେଶର ସଂସଦରେ ସଂଗ୍ରାମ ଆରମ୍ଭ ହୋଇସାରିଛି । ପ୍ରଥମେ ବିଜେପି ସାଂସଦ ତଥା ବଲିଉଡ ଅଭିନେତା ରବି କିଷନ ଏହି ପ୍ରସଙ୍ଗରେ ତଦନ୍ତ ଦାବି କଲେ । ଆଉ ପରେ ସମାଜବାଦୀ ପାର୍ଟି ସାଂସଦ ତଥା ବିଗତ ଦିନରେ ବଲିଉଡ ଆକ୍ଟ୍ରେସ ଥିବା ଜୟା ବଚ୍ଚନ ଅସନ୍ତୋଷ ଜାହିର କଲେ ।

ଡ୍ରଗ୍ସ କନେକ୍ସନକୁ ନେଇ ଦୁଇଫାଳ ହୋଇଯାଇଛି ବଲିଉଡ । ଜୟ ବଚ୍ଚନ ନାଁ ନନେଇ ରବି କିଷନ ଓ କଙ୍ଗନା ରଣାୱତଙ୍କ ଉପରେ ବର୍ଷିଥିଲେ । ଅଭିଯୋଗ ଉପକାରକୁ ଅସ୍ୱୀକାର କରିବାର ଥିଲା । ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ କଣା କରୁଛନ୍ତି କହି ଭୀଷଣ ହମଲା କରିଥିଲେ ଜୟା । ଏହାପରେ ରବି କିଷନ ସାମ୍ନାକୁ ଆସି ଡ୍ରଗ୍ସ ପ୍ରସଙ୍ଗରେ ଜୟା ତାଙ୍କୁ ସମର୍ଥନ ଦେବାକଥା ବୋଲି କହିଲେ ।

କଙ୍ଗନା ମଧ୍ୟ ସଙ୍ଗେସଙ୍ଗେ ଜୟା ବଚ୍ଚନଙ୍କ ବିରୋଧରେ ନିଜର ବେବାକ ଅନ୍ଦାଜରେ ପ୍ରତିକ୍ରିୟା ରଖି ଲେଖିଲେ ।  ‘କେଉଁ ଥାଳି ଦେଇଛନ୍ତି ଜୟା ଜୀ ଓ ତାଙ୍କ ଇଣ୍ଡଷ୍ଟ୍ରି? ଗୋଟିଏ ଥାଳି ମିଳିଥିଲା ଯେଉଁଥିରେ ୨ ମିନିଟର ରୋଲ, ଆଇଟମ ନମ୍ବର ଓ ଏକ ରୋମାଂଟିକ ସିନ ମିଳୁଥିଲା, ତାହା ବି ହିରୋ ସାଙ୍ଗରେ ଶୋଇବା ପରେ । ମୁଁ ଏହି ଇଣ୍ଡଷ୍ଟ୍ରିକୁ ଫେମିନିଜମ ଶିଖାଇଛି । ଦେଶଭକ୍ତି ଓ ନାରୀପ୍ରଧାନ ଫିଲ୍ମରେ ସେହି ଥାଳିକୁ ସଜାଇଛି । ଏହା ମୋର ଥାଳି ଜୟା ଜୀ, ଆପଣଙ୍କର ନୁହେଁ ।’

ଏହି ପୁରା ଲଢେଇରେ କଙ୍ଗନା ହିଁ ପ୍ରଥମେ ସାମ୍ନାକୁ ଆସି ବଲିଉଡ ବିରୋଧରେ ନେପୋଟିଜିମ ଅର୍ଥାତ ବଂଶବାଦ ବା ପରିବାରବାଦର ଅଭିଯୋଗ ବାଢିଥିଲେ । କିନ୍ତୁ ଯାଂଚ ଏଜେନ୍ସିର ଛାନଭିନରୁ ଡ୍ରଗ୍ସ ଆଙ୍ଗେଲ ଆସିବା ପରେ ଏବେ ପୁରା ବଲିଉଡକୁ ଟାର୍ଗେଟ କରୁଛନ୍ତି । କରଣ ଜୋହରଙ୍କ କଥିତ ଡ୍ରଗ୍ସ ପାର୍ଟିରେ ଦେଖାଯାଉଥିବା ଚେହେରାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ଲେଖିଛନ୍ତି- ‘ମୁଁ ରଣବୀର ସିଂ, ରଣବୀର କାପୁର, ଆୟାନ ମୁଖାର୍ଜୀ ଓ ବିକି କୌଶଳଙ୍କୁ ଡ୍ରଗ୍ସ ଟେଷ୍ଟ ପାଇଁ ନିଜର ବ୍ଲଡ ସାମ୍ପୁଲ ଦେବାକୁ ଅନୁରୋଧ କରୁଛି । ଏଭଳି ଅପବାଦ ରହିଛି ଯେ, ସେମାନେ କୋକେନ ସେବନ କରନ୍ତି । ମୁଁ ଚାହୁଁଛି ସେମାନେ ଏହି ଅପବାଦକୁ ଖାରଜ କରନ୍ତୁ । ଏମିତି କରି ସେମାନେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରରଣା ଯୋଗାଇବେ ।’

ଏପଟେ ଜୟା ବଚ୍ଚନଙ୍କ ସମସାମୟିକ ଅଭିନେତ୍ରୀ କିନ୍ତୁ ବିଜେପି ଶିବିରରୁ ସାଂସଦ ଥିବା ମେହା ମାଳିନି ମଧ୍ୟ ଜୟାଙ୍କ ସମର୍ଥନେ ବାହାରି ଆସିଛନ୍ତି । ବଲିଉଡରେ ଡ୍ରଗ୍ସ ମାଫିଆକୁ ସେ ଫାଲତୁ କଥା ବୋଲି କହିବା ସହ ଟ୍ୟାଲେଂଟ ଥିଲେ କେହି ରୋକିପାରିବେନି ବୋଲି ମତ ଦେଇଛନ୍ତି । ଏଥିପାଇଁ ସେ ଶାହରୁଖ ଖାନ ଓ ଅଜୟ ଦେବଗନଙ୍କ ଉଦାହରଣ ଦେଇଛନ୍ତି । ଶାହାରୁଖଙ୍କ ପଛରେ କେହି ନଥିବାବେଳେ ସେ ଆଜି ସଫଳାତର ଶିଖରରେ ପହଂଚିଛନ୍ତି । ସେହିପରି ଅଜୟ ଦେବଗନଙ୍କ ଭଳି କଳାକାର ନିଜ ପରିଶ୍ରମରେ ଆଜି ଏହି ପ୍ରତିଷ୍ଠା ପାଇଛନ୍ତି ବୋଲି କହି ବଲିଉଡରେ ନେପୋଟିଜିମ କଥାକୁ ବାଏଁ ବାଏ ଉଡାଇ ଦେଇଛନ୍ତି । ଡ୍ରଗ୍ସ ଲିଙ୍କ ଭଳି ଅଭିଯୋଗ ଆଣି ବଲିଉଡକୁ ବଦନାମ କରାଯାଉଥିବା ସେ ଯୁକ୍ତି ରଖିଛନ୍ତି ।

ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିବା ପରେ ବଲିଉଡକୁ ଡ୍ରଗ୍ସ ବାଲା ଗଟର ଅର୍ଥାତ ନର୍ଦ୍ଦମା ବୋଲି କଙ୍ଗନା କହିବା ପରେ ଯେମିତି ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାକୁ ପ୍ରସଙ୍ଗ କରି ଦୁଇଫାଳ ହୋଇଯାଇଛି ବଲିଉଡ । ପ୍ରାୟ ୪୦ ବର୍ଷ ହେଲା ବଲିଉଡରେ ସକ୍ରିୟ ଥିବା ଉର୍ମିଲା ମାତୋଣ୍ଡକର ମଧ୍ୟ ଅଯଥାରେ ବଲିଉଡକୁ ବଦନାମ କରାଯାଉଥିବା କଥା କହିଛନ୍ତି ।