ଦୂର ହେବ ଆଠଗଡ଼ ଆଦିବାସୀ ପଲ୍ଲିର ଦୁଃଖ । କାଠ ପୋଲ ବଦଳରେ ବ୍ରିଜ୍ ଉପରେ ଯାତାୟତ କରିବେ ସ୍ଥାନୀୟ ବାସିନ୍ଦା

102

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ସମସ୍ୟା ଭୋଗୁଥିବା ଆଦିବାସୀ ପଲ୍ଲିର ଦୂର ହେବ ଦୁଃଖ । କାଠପୋଲ ବଦଳରେ ବ୍ରିଜ୍ ଉପରେ ଯାତାୟତ କରିବେ ଆଠଗଡ଼ ରାଧାକୃଷ୍ଣପୁର ପଂଚାୟତ ରାଧିକା ପାଟିକା ଗାଁର ବାସିନ୍ଦା । ବିଜୁ ପଟ୍ଟନାୟକଙ୍କ ଜୟନ୍ତି ଅବସରରେ ୨ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ବିଜୁ ସେତୁ ଯୋଜନାରେ ବ୍ରିଜ୍ ଓ ରାସ୍ତା ନିର୍ମାଣ ପାଇଁ ଶୁଭ ଉଦଘାଟନ କରିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଗାଁର ଆଦିବାସୀ ଲୋକଙ୍କ ସହ କାଠପୋଲରେ ଗାଁକୁ ଯାଇ ସେମାନଙ୍କ ଅଭିଯୋଗ ଶୁଣିଥିଲେ କୃଷିମନ୍ତ୍ରୀ । ପୋଲଟିଏ ନଥିବାରୁ ଏହି ଗାଁର ଲୋକାମାନେ ଅନେକ ସମସ୍ୟା ଭୋଗୁଥିଲେ । ବିପଦ ସଙ୍କୁଳ ଭାବେ କାଠପୋଲରେ ଯାତାୟତ କରୁଥିଲେ । ତେଣୁ ପୋଲ ନିର୍ମାଣ ପାଇଁ ଗାଁ ଲୋକମାନେ ବାରମ୍ବାର ଦାବି କରିଥିଲେ । ବ୍ରିଜ୍ ଓ ରାସ୍ତା ନିର୍ମାଣ ପାଇଁ ଶୁଭଦେବା ପରେ ସ୍ଥାନୀୟ ଲୋକମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।