ଆଜି ସେନା ଦିବସରେ ଭାରତୀୟ ଯବାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ...

ଆଜି ସେନା ଦିବସରେ ଭାରତୀୟ ଯବାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ...

ସାହସିକତା ଏବଂ ନିପୁଣତା ପାଇଁ ଭାରତୀୟ ସେନାର ଖ୍ୟାତି ରହିଛି ଏବଂ ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ଅବଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ  ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ସେନା ଦିବସ ଅବସରରେ, ବିଶେଷକରି ଆମର ସାହସୀ ଯବାନ, ସମ୍ମାନୀୟ ସେବାନିବୃତ ଜବାନ ଏବଂ ସେମାନଙ୍କ  ପରିବରବର୍ଗଙ୍କୁ ଶୁଭେଚ୍ଛା। ସାହସିକତା ଏବଂ କାର୍ଯ୍ୟ ଦକ୍ଷତା ଯୋଗୁଁ ଭାରତୀୟ ସେନାବାହିନୀର ସୁନାମ ରହିଛି। ଦରିଆପାରି ଶାନ୍ତିରକ୍ଷା ଅଭିଯାନରେ ସେନାର ଚମତ୍କାର ଅବଦାନ ପାଇଁ ମଧ୍ୟ ଭାରତ ଗୌରବାନ୍ବିତ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିକୂଳ ଅଞ୍ଚଳରେ ରହି ଭାରତୀୟ ସେନା କର୍ମଚାରୀମାନେ ସେବା କରୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବୀୟ ସଙ୍କଟ କ୍ଷଣରେ ମଧ୍ୟ ସାଥୀ ନାଗରିକମାନଙ୍କୁ ସହାୟତା କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ।

ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ସେନା ଦିବସ ଅବସରରେ ସେନା କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଭିନନ୍ଦନ। ଜାତୀୟ ନିରାପତ୍ତା ସୁନିଶ୍ଚିତ କରାଇବାରେ ଭାରତୀୟ ସେନାର ଗୁରୁତ୍ବ ରହି ଆସିଛି। ସୀମାନ୍ତ ରକ୍ଷା ଏବଂ ଶାନ୍ତି ବଜାୟ ରଖିବାରେ ଆମ ଯବାନ୍‌ମାନେ ଦକ୍ଷତା, ତ୍ୟାଗ ଓ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଆପଣମାନଙ୍କ ସେବା ପାଇଁ ଦେଶ କୃତଜ୍ଞ। ଜୟ ହିନ୍ଦ୍‌!

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନାର ପ୍ରଥମ ଭାରତୀୟ ‘କମାଣ୍ଡର୍‌-ଇନ୍‌-ଚିଫ୍‌’ ଭାବେ ଫିଲଡ୍‌ ମାର୍ସାଲ୍‌ କେ. ଏମ୍‌. କ୍ୟାପାରିଆ ଦାୟିତ୍ବ ଗ୍ରହଣ କରିବାର ଦିନକୁ ‘ସେନା ଦବସ’ ଭାବେ ପାଳନ କରାଯାଉଛି। ୧୯୪୯ ମସିହା ଜାନୁଆରି ୧୫ ତାରିଖ ଦିନ ସେ ଭାରତର ଶେଷ ବ୍ରିଟିସ୍‌ ‘କମାଣ୍ଡର୍‌-ଇନ୍‌-ଚିଫ୍‌’ ଜେନେରାଲ୍‌ ସାର୍‌ ଫ୍ରାନ୍‌ସିସ୍‌ ବଚର୍‌ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe