ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କ ଅନୀଲଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ : ଆଜି ପଚାର ଉଚରା କରିବେ ସ୍ୱତନ୍ତ୍ର ଟିମ୍ 

 ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ ଆରମ୍ଭ କରିଛି ସିବିଆଇ

62

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଆଜି ଦେଶମୁଖଙ୍କୁ ଜେରା କରିବ ସିବିଆଇ ସିବିଆଇର ଏକ ସ୍ୱତନ୍ତ୍ର ଦଳ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତଦନ୍ତ କରୁଛି ସିବିଆଇ । ଏଥିସହ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ ମୁମ୍ବାଇ ପୋଲିସର ଜଣେ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ ସିବିଆଇ ଟିମ୍ ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମେଶ୍ୱର ସିଂହ ଅଭିଯୋଗ କରିଥିଲେ ଅନୀଲ ଦେଶମୁଖ ପୂର୍ବତନ ଏସିପି ସଚିନ ୱାଜେଙ୍କୁ ମାସକୁ ଶହେ କୋଟି ଟଙ୍କା ଚାନ୍ଦା ଅସୁଲ କରିବା ପାଇଁ ଟାର୍ଗେଟ ଦେଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ପରମେଶ୍ୱର । ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବମ୍ବେ ହାଇକୋର୍ଟରେ ଅଭିଯୋଗ କରିଥିଲେ । ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେଶମୁଖ । ପରମେଶ୍ୱର ତାଙ୍କ ଚିଠିରେ ମୁମ୍ବାଇ ପୋଲିସର ଅନ୍ୟଜଣେ ଏସିପିଙ୍କୁ ସାକ୍ଷୀ ଭାବେ ଦର୍ଶାଇଥିଲେ ।