ଫୋନି ପାଇଁ ବିଳମ୍ବରେ ପ୍ରକାଶ ପାଇବ ମାଟ୍ରିକ ଫଳ ! ମେ’ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ ରେଜଲ୍ଟ

ଆଜିି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ଫଳାଫଳ । ଦିନ ସାଢେ ୧୧ଟାରେ ବୋର୍ଡର ୱେବସାଇଟ ଓ ଏସଏମଏସ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ : ସମ୍ବାଦ ହେଲ୍ପ ଲାଇନ୍ ଜରିଆରେ ବି ଜାଣିପାରିବେ ଫଳାଫଳ
କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସବୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ମେ’ପ୍ରଥମ ସପ୍ତାହେର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥାନ୍ତା। କିନ୍ତୁ ଫନି ପାଇଁ ସବୁ ଓଲଟପାଲଟ ହୋଇଯାଇଛି। ମେ’ ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏପ୍ରିଲ୍ ୫ତାରିଖରୁ ମୂଲ୍ୟାୟନ ସରିଥିଲା। ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଥିଲା। ଫଳ ପ୍ରକାଶନ ବିଳମ୍ବ ନ କରିବା ପାଇଁ ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ବେଳେ ରାଜ୍ୟ ବାହାରର ଏକ କମ୍ପ୍ୟୁଟର ଫାର୍ମରେ ଓଏମ୍ଆର୍ ମୂଲ୍ୟାୟନ ମଧ୍ୟ ଚାଲିଥିଲା।
matric examମୂଲ୍ୟାୟନ ପରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ବୋର୍ଡ ପକ୍ଷରୁ ସମାଧାନ କରାଯିବା ସହିତ ଏପ୍ରିଲ୍ ଶେଷ ସପ୍ତାହରେ ଫଳ ପ୍ରକାଶନ ପାଇଁ ପ୍ରକ୍ରିୟାକରଣ ଚାଲିଥିଲା। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶନ କରାଯିବା ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ସୂଚନା ଦେଇଥିଲେ। କିନ୍ତୁ ଫନି ଯୋଗୁ ଉପୁଜିଥିବା ବିଦ୍ୟୁତ୍ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ହେଉଥିବା ବୋର୍ଡର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ ମେ’ ୧୦ତାରିଖ ପରେ ମାଟ୍ରିକ୍ ଫଳ ପ୍ରକାଶନ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ସଂପୃକ୍ତ ଅଧିକାରୀ କହିଛନ୍ତି।
ସୂଚନା ଯୋଗ୍ୟ,ଏବର୍ଷ ଫେବ୍ରୁଆରି ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ ୮ରେ ଶେଷ ହୋଇଥିଲା। ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ ଶେଷ ହୋଇଥିଲା। ଚଳିତବର୍ଷ ତିନିଟି ଯାକ ବର୍ଗରେ ମୋଟ ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe