କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସବୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ମେ’ପ୍ରଥମ ସପ୍ତାହେର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥାନ୍ତା। କିନ୍ତୁ ଫନି ପାଇଁ ସବୁ ଓଲଟପାଲଟ ହୋଇଯାଇଛି। ମେ’ ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏପ୍ରିଲ୍ ୫ତାରିଖରୁ ମୂଲ୍ୟାୟନ ସରିଥିଲା। ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଥିଲା। ଫଳ ପ୍ରକାଶନ ବିଳମ୍ବ ନ କରିବା ପାଇଁ ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ବେଳେ ରାଜ୍ୟ ବାହାରର ଏକ କମ୍ପ୍ୟୁଟର ଫାର୍ମରେ ଓଏମ୍ଆର୍ ମୂଲ୍ୟାୟନ ମଧ୍ୟ ଚାଲିଥିଲା।
/kanak/media/post_attachments/wp-content/uploads/2017/03/vlcsnap-2017-03-04-16h19m33s805.png)
ସୂଚନା ଯୋଗ୍ୟ,ଏବର୍ଷ ଫେବ୍ରୁଆରି ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ ୮ରେ ଶେଷ ହୋଇଥିଲା। ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ ଶେଷ ହୋଇଥିଲା। ଚଳିତବର୍ଷ ତିନିଟି ଯାକ ବର୍ଗରେ ମୋଟ ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।