୨୨ରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ । ଉତ୍ସବରେ ଯୋଗ ଦେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

୨୨ରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ । ଉତ୍ସବରେ ଯୋଗ ଦେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

କନକ ବ୍ୟୁରୋ : ଆମେରିକାର ହଷ୍ଟନ୍ ସହରରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୋଗଦେଇ ପାରନ୍ତି। ହଷ୍ଟନ୍ ଭିତ୍ତିକ ନାଗରିକ ସଂଗଠନ ଟେକ୍ସାସ୍ ଇଣ୍ଡିଆ ଫୋରମ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଆମେରିକାରେ ବସବାସ କରୁଥିବା ୫୦ ହଜାରରୁ ଊର୍ଧ୍ବ ଭାରତୀୟ ଯୋଗଦେବେ ବୋଲି ଆଶା କରାଯାଉଛି। ଏହି ପ୍ରବାସୀ ଭାରତୀୟମାନେ ମଧ୍ୟ ଆମେରିକାର ଭୋଟର। ୨୦୨୦ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଥିବାରୁ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ବ ବଢ଼ିଯାଇଛି।

publive-imageଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି ଶୁଳ୍କ ନିଆଯାଉ ନଥିଲେ ମଧ୍ୟ ପାସ୍ ମାଧ୍ୟମରେ ପ୍ରବେଶ କରିବା ସୁଯୋଗ ରହିଛି। ଅନଲାଇନ ପଂଜୀକରଣ ମାଧ୍ୟମରେ ଏହି ପାସ୍ ମିଳିପାରିବ। ଏହି କାର୍ଯ୍ୟକ୍ରମରେ ତୁଲସୀ ଗବାର୍ଡ ଏବଂ ରାଜା କ୍ରିଷ୍ଣମୂର୍ତ୍ତିଙ୍କ ସମେତ ଆମେରିକାର ୬୦ ଜଣରୁ ଅଧିକ ସାଂସଦ ଯୋଗଦେବେ ବୋଲି ଆଶା କରାଯାଉଛି। ମୋଦୀ ଆସନ୍ତା ୨୧ ତାରିଖରୁ ଆମେରିକା ଗସ୍ତରେ ଯିବେ। ୨୨ ତାରିଖରେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe