ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ! ସେପ୍ଟେମ୍ବର ୧୯କୁ ସମସ୍ତଙ୍କ ଅପେକ୍ଷା, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ।

56

ଆଜିଠୁ ଆରମ୍ଭ ହେଉଛି ଏସିଆର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ । ଟାଇଟଲ୍ ପାଇଁ ଲଢିବେ ୬ଟି ଦଳ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଭଳି ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂକୁ ନେଇ ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ୍ ମହାସମର । ଆଜି ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ବାଂଲାଦେଶ । କିନ୍ତୁ ସେପ୍ଟେମ୍ବର ୧୯ ତାରିଖ ବୁଧବାର ଦିନ ଖେଳାଯିବ ସବୁଠାରୁ ବଡ ମ୍ୟାଚ୍ ।

ସେପ୍ଟେମ୍ବର ୧୯ ତାରିଖକୁ ରହିଛି ସମସ୍ତଙ୍କ ଅପେକ୍ଷା । କାରଣ ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ ଭାରତ ଓ ପାକିସ୍ତାନ । ଏବଂ ଦର୍ଶକ ଦେଖିବାକୁ ପାଇବେ ଏକ ହାଇଭୋଲ୍ଟେଜ୍ ମୁକାବିଲା । ତେବେ ସବୁଠାରୁ ବଡ କଥା ହେଉଛି ଭାରତୀୟ ଟିମ୍ ନିଜ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଉଛି । କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କୁ ମିଳିଛି ଅଧିନାୟକତ୍ୱ ପଦ । ତେବେ ପାକିସ୍ତାନ ପୂର୍ବରୁ ମଙ୍ଗଳବାର ଦିନ ଭାରତ ହଂକଂକୁ ଭେଟିବ ।

ଗ୍ରୁପ୍-ଏ ରେ ଭାରତ, ପାକିସ୍ତାନ ଓ ହଂକଂ ରହିଥିବା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଗ୍ରୁପ୍-ବି ରେ ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପରେ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ପ୍ରତ୍ୟେକ ଗ୍ରୁପରୁ ଦୁଇ ଶ୍ରେଷ୍ଠ ଦଳ ସୁପର-୪ରେ ପହଁଚିବେ । ଏଥିରୁ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲରେ ମୁହାଁମୁହିଁ ହେବେ । ତେବେ ଆସନ୍ତା ୧୯ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଏହି ଟୁର୍ଣାମେଣ୍ଟ ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ କ୍ୟାପଟେନସିପରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଏସିଆ କପକୁ ସର୍ବାଧିକ ଥର ଭାରତ ହିଁ ନିଜ ନାମରେ କରିଛି ।