୧୪ରେ ଓଡିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ସଂଗଠନ ସଜାଡିବାକୁ ଦଳୀୟ ସ୍ତରରେ କସରତ

144

କନକ ବ୍ୟୁରୋ : ଓଡ଼ିଶାରେ ସାଂଗଠନିକ ସ୍ଥିତି ସଜାଡ଼ିବ କଂଗ୍ରେସ। ଏଥିପାଇଁ ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି। ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ଥିବା ଜିଲ୍ଲା ସ୍ତରୀୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିବେ। ରାଜ୍ୟରେ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ। ଆଜି ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ପ୍ରଭାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ୧୪ ତାରିଖରେ ଶ୍ରୀ ସିଂହ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ରାଉରକେଲା ଜିଲ୍ଲା ଗସ୍ତ କରିବେ। ୧୫ ତାରିଖରେ ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବା ସହ ୧୭ ତାରିଖରେ ଭୁବନେଶ୍ବର, କଟକ ସହର ଓ ଖୋର୍ଦ୍ଧା ଗସ୍ତ କରି ସେଠାକାର ନେତୃତ୍ବମାନଙ୍କ ସହ ଆଲୋଚନା କରି ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବାକୁ ପରାମର୍ଶ ଦେବେ।