କନକ ବ୍ୟୁରୋ : ଫୋନି ପ୍ରଭାବରେ ପୁରୀ ଓ ଖୋର୍ଧା ଅଂଚଳରେ ଇଂଟରନେଟ ସେବା ବାଧାପ୍ରାପ୍ତ ହୋଇଛି । ତା ସତ୍ୱେ ଗ୍ରାହକଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ବଜାରରେ ନଗଦରେ କୌଣସି ସମସ୍ୟା ନାହିଁ ବୋଲି ସରକାର ସଫେଇ ଦେଇଛନ୍ତି । ସମସ୍ତ ବୀମା କମ୍ପାନୀକୁ କ୍ଷୟକ୍ଷତିସ୍ଥଳ ବୁଲି କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବା ଲାଗି କୁହାଯାଇଛି । ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଣ କାମ ଜୋରସୋରରେ ଚାଲିଛି । ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳ ଓ ପୁରୀ ବଡଦାଣ୍ଡକୁ ବିଜୁଳି ଯୋଗାଇଦିଆଯିବ ।
୧୫ ସୁଦ୍ଧା କୋଣାର୍କ ଓ ପୁରୀର ପ୍ରମୁଖ ସ୍ଥାନଗୁଡିକୁ ବିଜୁଳି ଯୋଗାଇ ଦିଆଯିବ । ଭୁବନେଶ୍ୱରରେ ସବୁ ମେଡିକାଲକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ପୁରୀ, କୋଣାର୍କ, ନିମାପଡା , ଭୁବନେଶ୍ୱର ଓ କଟକରେ ଶହେ ପ୍ରତିଶତ ଜଳ ଯୋଗାଣ ହୋଇପାରିଛି । ବାଲୁଖଣ୍ଡ ଓ ନନ୍ଦନକାନନରେ କୌଣସି ଜୀବଜନ୍ତୁ ମୃତାହତ ନେଇ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ସରକାର । ପୁରୀରେ ୨୩୯ ବ୍ୟାଙ୍କରୁ ୬୦ଟି କାର୍ଯ୍ୟକ୍ଷମ ହୋଇଛି । ୨୭୩ରୁ ୨୦ଟି ଏଟିଏମ କାର୍ଯ୍ୟକ୍ଷମ ହୋଇଛି ବୋଲି ଆଜି ସଚିବ ସଞ୍ଜୟ ସିଂ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-09-at-10.40.04-AM-1.png)