୧୯ ଫଳାଫଳ ଆସିବା ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରୁ ଓମପ୍ରକାଶ ବରଖାସ୍ତ। ରାଜ୍ୟପାଳଙ୍କ ନିକଟରେ ସୁପାରିଶ କଲେ ଯୋଗୀ ଆଦିତ୍ୟନାଥ

327

କନକ ବ୍ୟୁରୋ: ଉତରପ୍ରଦେଶ ରାଜନୀତିରେ ହଲଚଲ । ଯୋଗୀମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେଲେ ମନ୍ତ୍ରୀ ଓପି ରାଜଭର । ଦଳରେ କନ୍ଦଳ ବଢିବା ପରେ ବିଜେପିର ବାଗୀ ନେତା ଓପି ରାଜଭରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ଆଜି ରାଜ୍ୟପାଳ ରାମ ନାଇକଙ୍କୁ ପତ୍ରମାଧ୍ୟମରେ ଅପିଲ କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯୋଗୀଙ୍କ ଅପିଲ ଉପରେ ରାଜ୍ୟପାଳ ମୋହର ଲଗାଇବା ସହ ରାଜଭରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଛି । କିଛି ଦିନ ପୂର୍ବରୁ ହିଁ ରାଜଭର ଇସ୍ତଫା ଦେଇଥିଲେ ସୁଦ୍ଧା ତାଙ୍କ ଇସ୍ତଫା ଗ୍ରହଣ କରାଯାଇନଥିଲା । ତେବେ ନିର୍ବାଚନ ଶେଷ ହେବା ତତକାଳ ହିଁ ତାଙ୍କୁ ବହିଷ୍କାର କରିବା ପାଇଁ ମନ ବଳାଇଥିଲେ ଯୋଗୀ ସରକାର ।

ନିଜ ପ୍ରତିକ୍ରିୟାରେ ରାଜଭର କହିଛନ୍ତି କି ସେ ପୂର୍ବରୁ ହିଁ ମନ୍ତ୍ରୀପଦରୁ ଇସ୍ତଫା ଦେଇସାରିଥିଲେ ତେଣୁ ଯୋଗୀ ସରକାରଙ୍କ ଫଇସଲାକୁ ସ୍ୱାଗତ କରୁଛନ୍ତି । ସୁହଲେଦବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓପି ରାଜଭର ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଜନ କଲ୍ୟାଣମନ୍ତ୍ରୀ ଥିଲେ ।