ଜାତୀୟ ସ୍ତରର ଡ୍ୟାନ୍ସ ରିୟାଲିଟି ଶୋ’ରେ ମୟୁରଭଞ୍ଜର ପୁଅ ! ଡ୍ୟାନ୍ସ ଦିୱାନେ ଫାଇନାଲ୍ ରେ ପୁଅ ଓମ୍ ଶୁଭମକୁ ଜିତାଇବା ପାଇଁ ଆଶିର୍ବାଦ ମାଗିଲେ ପରିବାର ।

ଜାତୀୟ ସ୍ତରର ଡ୍ୟାନ୍ସ ରିୟାଲିଟି ଶୋ’ରେ ମୟୁରଭଞ୍ଜର ପୁଅ ! ଡ୍ୟାନ୍ସ ଦିୱାନେ ଫାଇନାଲ୍ ରେ ପୁଅ ଓମ୍ ଶୁଭମକୁ ଜିତାଇବା ପାଇଁ ଆଶିର୍ବାଦ ମାଗିଲେ ପରିବାର ।

କଲର୍ସ ଭଳି ଏକ ଜାତୀୟସ୍ତରର ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଦିୱାନେ ସିଜିନ୍-୨ ରିଆଲିଟି ସୋ’ରେ ମୟୂରଭଂଜର ପୁଅ ଓମ ଶୁଭମ ମହାପାତ୍ର, ଯାହାଙ୍କ ବୟସ ମାତ୍ର ୧୧ ବର୍ଷ; ଶେଷରେ ଫାଇନାଲରେ ପହଂଚିଛନ୍ତି। ଗୋଟିଏ ପରେ ଗୋଟିଏ ଏପିସୋଡରେ ଓମ୍ ଖୁବ୍ ଭଲ ପ୍ରଦର୍ଶନ କରି ବିଚାରକ ମାଧୁରୀ, ତୁଷାର, ଶଶାଙ୍କ ସହ ଅତିଥି ବିଚାରକମାନଙ୍କ ମନ ଜିଣିପାରିଛନ୍ତି। ଏବେ ଭୋଟିଂ ଚାଲିଥିବା ବେଳେ ଓମଙ୍କୁ ଭୋଟ୍ ଦେଇ ଫାଇନାଲରେ ବିଜୟୀ କରିବା ପାଇଁ ପରିବାର ଲୋକ ଓ ଶୁଭେଚ୍ଛାମାନେ ରାଜ୍ୟବାସୀଙ୍କୁ ଅନୁୁରୋଧ କରିଛନ୍ତି।

publive-image

ଶନିବାର ଓ ରବିବାର ରାତି ୧୦ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ରହୁଛି। ଭୋଟ୍ ଦେବା ପାଇଁ ଦର୍ଶକମାନଙ୍କୁ ମୋବାଇଲରେ ‘voot’ କିମ୍ବା ‘My Jio’ ଆପ୍ ଡାଉନଲୋଡ୍ କରିବାକୁ ହେବ। ଉଲ୍ଲେଖ ଥାଉ କି ଆସନ୍ତା ସପ୍ତାହରେ ଗ୍ରାଣ୍ଡ ଫିନାଲେ ରହିଛି। ଓମ୍ ଶୁଭମଙ୍କ ଘର ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ୍ କରକଚିଆ ଗ୍ରାମରେ। ତେବେ ବର୍ତମାନ ବାପା ଅରବିନ୍ଦ ମହାପାତ୍ର ଓ ମାଆ କୁଂଜଲତା ମହାପାତ୍ରଙ୍କ ସହ ବାରିପଦା ଏଲଆଇସି କଲୋନିରେ ରହୁଛନ୍ତି। ସେ ଲକ୍ଷ୍ମୀପୋଷି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଷ୍ଟାଣ୍ଡାର୍ଡ ୬ରେ ପଢ଼ୁଥିବା ବେଳେ ଶ୍ରୀମାନ ଦୀପୁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe