ଝାଡଖଣ୍ଡରୁ ମିଳିିଥିବା ଦେହାବଶେଷ ଓମ୍ ଓ ଦୀପୁର : ଡିଏନ୍ଏ ଟେଷ୍ଟ୍ ରିପୋର୍ଟ

Advertisment
ଝାଡଖଣ୍ଡରୁ ମିଳିିଥିବା ଦେହାବଶେଷ ଓମ୍ ଓ ଦୀପୁର : ଡିଏନ୍ଏ ଟେଷ୍ଟ୍ ରିପୋର୍ଟ

ଓମ୍ ଓ ଦିପୁ ହତ୍ୟାକାଣ୍ଡର ତଦନ୍ତ ପ୍ରକିୟାରେ କମିସନରେଟ ପୁଲିସକୁ ବଡ ସଫଳତା ମିଳିଛି । ଝାଡଖଣ୍ଡର ସିଂଘଭୂମି ଅଂଚଳରୁ ଦେହାବଶେଷ ଓମ ଓ ଦୀପୁର ବୋଲି ପ୍ରମାଣିତ ହୋଇଛି । ରାଜ୍ୟ ବାହାରେ ହୋଇଥିବା ଡିଏନଏ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଓମ ଓ ଦୀପୁ ହତ୍ୟାକାଣ୍ଡରେ ଧଳ ସାମନ୍ତ ବ୍ରଦର୍ସଙ୍କ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଉଭୟଙ୍କ ଗିରଫଦାରି ପରେ ସେ ଦୁଇ ଜଣ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା କମିସନରେଟ ପୁଲିସ୍ କହିଥିଲା । ଉଭୟଙ୍କୁ ୨୦୧୩ରେ କଟକରୁ ଅପହରଣ କରାଯାଇ ଆଠଗଡ ଖୁଂଟକଟାରେ ଥିବା ଏକ ଫାର୍ମ ହାଉସରେ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ଉଭୟଙ୍କ ଶବକୁ ଝାରଖଣ୍ଡର ସିଂହଭୂମି ନିଆଯାଇ ସେଠାରେ ପୋଡିଦିଆଯାଇଥିଲା । କମିସନରେଟ ପୋଲିସ ସେଠାକୁ ଯାଇ ଦୀପୁ ଓ ଓମର ଦେହାବିଶେଷ ଜବତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe