ଲୋକସଭା ବାଚସ୍ପତି ପଦ ପାଇଁ ଓମ୍ ବିର୍ଲାଙ୍କୁ ଚୟନ କରାଯାଇଛି। ରାଜସ୍ଥାନ କୋଟାର ସାଂସଦ ଓମ୍ ବିର୍ଲା ୧୭ତମ ଲୋକସଭାର ନୂତନ ବାଚସ୍ପତି ହୋଇଛନ୍ତି । ଓମଙ୍କୁ ଏନଡିଏ ଲୋକସଭା ବାଚସ୍ପତି ପ୍ରାର୍ଥୀ କରିଥିଲା । ବିର୍ଲାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରସ୍ତାବ ଦେଇଥିଲେ ତେବେ ଓମ୍ ଙ୍କ ନାମକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା ।
ବିଜେଡି ସହ ଶିବସେନା, ଅକାଳୀ ଦଳ, ୱାଏସଆର୍ କଂଗ୍ରେସ, ଜେଡିୟୁ ଓ ଏଆଇଡିଏମକେ ଭଳି ୧୦ଟି ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏବଂ ବିଜେଡିର ସଂସଦୀୟ ଦଳ ବୈଠକ ବସି , ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି । କଂଗ୍ରେସଏହି ପ୍ରସ୍ତାବରେ ଦସ୍ତଖତ କରିନଥିଲେ ମଧ୍ୟ ବିର୍ଲାଙ୍କ ନାମକୁ ବିରୋଧ କରିବ ନାହିଁ ବୋଲି ଜଣାପଡିଛି । ଓମ୍ ବିର୍ଲାଙ୍କ ନାମ ଉପରେ ଆଜି ପାର୍ଲାମେଂଟରେ ମୋହର ବାଜିବ ।
ତେବେ ରାଜସ୍ଥାନର କୋଟାରୁ ଲାଗାତାର ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା । ଏହି ଆସନରୁ ସେ କଂଗ୍ରେସ ପ୍ରାର୍ଥୀ ରାମ ନାରାୟଣ ମୀନାକୁ ଅଢେଇ ଲକ୍ଷରୁ ଅଧିକ ଭୋଟରେ ହରାଇଛନ୍ତି । କୋଟା ରାଜନୀତିରେ ଏହା ହେଉଛି ସବୁଠାରୁ ବଡ ବ୍ୟବଧାନରେ ବିଜୟ । କୋଟାରୁ ସେ ୩ ଥର ବିଧାୟକ ବି ରହିଛନ୍ତି । ଓମ ବିର୍ଲା ମାତ୍ର ୧୭ ବର୍ଷ ବୟସରେ ରାଜନୀତିରେ ସକ୍ରିୟ ହୋଇଥିଲେ । ଏପରିକି ୨୦୧୪ ନିର୍ବାଚନରେ କୋଟାର ରାଜପରିବାର ସଦସ୍ୟଙ୍କୁ ବି ମାତ୍ ଦେଇ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/OMM-768x453-1.jpg)
/kanak/media/post_attachments/wp-content/uploads/2019/06/om_birla_4723883_835x547-m-300x197.jpg)
/kanak/media/post_attachments/wp-content/uploads/2019/06/Om-Birla-lok-sabha-speaker-300x189.jpg)