କନକ ବ୍ୟୁରୋ: କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ଭିନ୍ନ ଭିନ୍ନ ସ୍ଥାନରେ ଭୟର ବାତାବରଣ ସୃଷ୍ଟି କରିଛି । ପୁଣି ଥରେ ଚୀନ, ଆମେରିକା, ଜାପାନ ସମେତ ବହୁ ଦେଶରେ ଭୟଙ୍କର ଭାବେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଓମିକ୍ରନର ବିଏ.ଟୁ ଏବଂ ଏକ୍ସ ବିବି ଭ୍ୟାରିଆଣ୍ଟରେ ସବୁଠୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତିା

Advertisment

ତେବେ ସବୁଠୁ ବଡ଼ କଥା ହେଉଛି ଏହି ଭ୍ୟାରିଆଣ୍ଟ ସମେତ ଓମିକ୍ରନର ସବ ଭ୍ୟାରିଆଣ୍ଟ ଭାରତର ବାୟୁରେ ଘୁରିବୁଲୁଥିବା ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ହୋଇଥିବା ସର୍ଭେରେ ଏନେଇ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । କାରଣ ଦେଶରେ ଏପର୍ଯ୍ୟନ୍ତ ଏସମ୍ପର୍କିତ କୈାଣସି ମାମଲା ବା ମୃତକ ସଂଖ୍ୟା ବୃଦ୍ଧି ହୋଇନାହିଁ । କ୍ରେନ୍ଦ୍ର ସରକାରଙ୍କ ସର୍ଭିଲାନ୍ସ ରିପୋର୍ଟ ଅନୁସାରେ,ଏ ପର୍ଯ୍ୟନ୍ତ ମୋଟ ୩୨୪ଟି ସାମ୍ପଲ ସାମ୍ନାକୁ ଆସିଛି ଯେଉଁଥିରେ ଓମିକ୍ରନର ସବ ଭ୍ୟାରିଆଣ୍ଟମିଳିଛି ।