କନକ ବ୍ୟୁରୋ : ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାଇଜେରିଆ ଓ କାତାରରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଏନେଇ ଆଇଏଲଏସ ଅଜୟ ପରିଡା ସୂଚନା ଦେଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ ଆହୁରି କଡାକଡି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାବାଦ୍ ସହାରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିଛି ।

Advertisment

ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ୫ ଟି ରାଜ୍ୟରୁ ୧୯ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ୧୭୪ ଛୁଇଛି । ଗତକାଲି ଦିଲ୍ଲୀରୁ ୮ ନୂଆ ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ କର୍ଣ୍ଣାଟକରୁ ୫. କେରଳରୁ ୪ ଏବଂ ରାଜସ୍ଥାନ, ଗୁଜୁରାଟରୁୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଓମିକ୍ରନ ସଂକ୍ରମଣରେ ମହାରାଷ୍ଟ ଆଗରେ ରହିଛି ।

ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଥିବା ବେଳେ ଏହା ପଛକୁ ରହିଛି ଦିଲ୍ଲୀ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୦ ଛୁଇଁଛି । ଏପରି ସ୍ଥଳେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଆଇସିଏମଆର ଏନ ନୂଆ ଡାଇଗ୍ନୋଷ୍ଟିକ୍ କିଟ୍ ପ୍ରସ୍ତୁତ କରିଛି । ଏହା ଦ୍ୱାର ଶୀଘ୍ର ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇପାରିବ । ଏହି କିଟ୍ର ଟେକ୍ନୋଲୋଜିକୁ ମଧ୍ୟ ସ୍ଥାନାନ୍ତର କରାଯାଇପାରିବ । ଯାହାଦ୍ୱାରା ଏହାର ବିକାଶ ଓ ବ୍ୟବସାୟ କରିହେବ ବୋଲି କୁହାଯାଇଛି ।