କନକ ବ୍ୟୁରୋ : କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଛି ଚାଞ୍ଚଲ୍ୟକର ବୟାନ । ଦେଢ ଦିନରୁ ୩ ଦିନ ମଧ୍ୟରେ ଓମିକ୍ରନ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଉଛି । ଏହି ଭୂତାଣୁ ଡେଲ୍ଟା ଠାରୁ ବହୁ ଅଧିକ ସଂକ୍ରମିତ ବୋଲି କହିଛି ଡବ୍ଲ୍ୟୁଏଚଓ । ଭାରତରେ ଫେବୃଆରୀ ସୁଦ୍ଧା କରୋନାର ତୃତୀୟ ଲହର ଆସିପାରେ ।

Advertisment

ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଜେସନ୍ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଏଥି ସହିତ ବଡ ଜନ ସମାବେଶକୁ ବାରଣ କରିବା ସହ ଟିକାକରଣ ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ତେବେ ଏବେ ସୁଦ୍ଧା ବି କରୋନା ଏହି ନୂଆ ଭୂତାଣୁ ଉପରେ ସବିଶେଷ ସୂଚନା ମିଳିପାରି ନାହିଁ । ଏହା କେତେ ମାତ୍ରାରେ ବୃଦ୍ଧି ପାଇବ ତାହା ଏବେ କହିହେବ ନାହିଁ ବୋଲି କହିଛି ଡବ୍ଲ୍ୟୁଏଚଓ । ପ୍ରାଥମିକ ତଥ୍ୟରୁ ଏହା ଟିକାର ପ୍ରଭାବକୁ ଶକ୍ତିହୀନ କରିଦେଉଥିବା ଜଣାପଡିଛି ।