ଚିନ୍ତା ବଢାଉଛି ଗୁପ୍ତ ଓମିକ୍ରନ ବିଏ-୨ । ବିଶ୍ୱରେ ଆଣିପାରେ ବଡ ଲହର

859

କନକ ବ୍ୟୁରୋ : ଚିନ୍ତା ବଢାଉଛି ଗୁପ୍ତ ଓମିକ୍ରନ୍ । ବିଶ୍ୱବ୍ୟାପୀ ଏହା ବଡ଼ ଧରଣର କୋଭିଡ୍ ସଂକ୍ରମଣ ଲହର ଆଣିପାରେ । ଏପରିକି ଏହି ଭ୍ୟାରିଆଂଟ ଆରଟିପିସିଆର ଟେଷ୍ଟକୁ ବି ଚକମା ଦେଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଚୋରା ଭ୍ୟାରିଆଂଟର ନାଁ ରହିିଛି ବିଏ.୨ । ବ୍ରିଟେନରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ବର୍ତମାନ ସୁଦ୍ଧା ଏହା ୪୦ରୁ ଅଧିକ ଦେଶକୁ ମାଡି ସାରିଲାଣି । ବର୍ତମାନ ୯୯ ପ୍ରତିଶତ ମାମଲାରେ ବିଏ.୧ ଭାରିଆଣ୍ଟ ରହିଛି । ଏହା ଡେଲଟା ଠାରୁ ଅଧିକ ସଂକ୍ରାମକ । କିନ୍ତୁ ଏହାଠାରୁ ଅଧିକ ଘାତକ ତଥା ସଂକ୍ରାମଣ ହେଉଛି ବିଏ.୨ ବା ଗୁପ୍ତ ଭ୍ୟାରିଆଣ୍ଟ । ବିଶ୍ୱ ସ୍ୱାସ୍ଥ୍ର ସଂଗଠନର କହିବା ଅନୁସାରେ, ବିଏ.୨ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଜାନୁଆରୀ ୨୦ରେ ଡେନମାର୍କରେ ଚିହ୍ନଟ ହୋଇଥିବା ଅଧା ମାମଲାରେ ବିଏ.୨ ସବଷ୍ଟ୍ରେନ୍ ରହିଥିଲା । ବବ୍ରିଟେନ୍, ଡେନମାର୍କ ବ୍ୟତୀତ ସ୍ୱିଡେନ୍, ନରୱେ ଓ ଭାରତରେ ଏହି ଭ୍ୟାରିଆଂଟ ଚିହ୍ନଟ କରାଗଲାଣି । ବିଏ.୧ରେ ରହୁଥିବା ମ୍ୟୁଟେସନଗୁଡ଼ିକ ବିଏ.୨ରେ ନଥିବାରୁ ପରୀକ୍ଷା ଦ୍ୱାରା ଏହାକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହାକୁ ଚୋରା ବା ଗୁପ୍ତ ଓମିକ୍ରନ୍ ବୋଲି କୁହାଯାଉଛି ।
ଅନ୍ୟପଟେ, ଦେଶରେ କମୁଛି ଆର ଭାଲ୍ୟୁ । ଜାନୁଆରୀ ୧୪ରୁ ୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭କୁ ହ୍ରାସ ପାଇଛି । ଏହା ପୂର୍ବରୁ ୨.୨ ଥିଲା ଆର ଭାଲ୍ୟୁ । ସେହିପରି ଆଉ ଗୋଟିଏ ସପ୍ତାହ ପୂର୍ବରୁ ଏହି ଭାଲ୍ୟୁ ୪ ଥିଲା । ଏବେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତାରେ ପୂର୍ବ ତୁଳନରେ ଆର ଭାଲ୍ୟୁ କମିଛି । ଆଇଆଇଟି ମାଡ୍ରାସର ଗଣିତଜ୍ଞ ଡକ୍ଟର ଜୟନ୍ତ ଝା କହିଛନ୍ତି କୋଲକାତା ଏବଂ ମୁମ୍ବାଇର ଆର ଭାଲ୍ୟୁ ଦର୍ଶାଉଛି କରୋନା ଏଠାରେ ଶୀର୍ଷକୁ ଛୁଇଁ ଖସି ଆସିଛି । କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇରେ ଆର ଭାଲ୍ୟୁ ୧ ପାଖାପାଖି ରହିଛି । ଆର ଭାଲ୍ୟୁର ଅର୍ଥ ହେଉଛି ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରିପାରେ । ଆର ଭାଲ୍ୟୁ ୧ ତଳକୁ ଖସିଲେ ମହାମାରୀର ଅନ୍ତ ଶୀଘ୍ର ଘଟିବ ବୋଲି ବିଚାର କରାଯାଏ । ଅନ୍ୟପଟେ ତୃତୀୟ ଲହରର ଶୀର୍ଷ ଅବସ୍ଥା ଆସନ୍ତା ଦୁଇ ସପ୍ତାହ ଭିତରେ ଆସିପାରେ ବୋଲି ଆଇଆଇଟି ମାଡ୍ରାସ ଆକଳନ କରିଛି ।