କନକ ବ୍ୟୁରୋ : ଅଧିକ ସଂକ୍ରାମକ ଓମିକ୍ରନ୍ର ଉପ ପ୍ରଜାତି ବିଏ.୨ ଭ୍ୟାରିଆଂଟ । ଓମିକ୍ରନର ପ୍ରଥମ ପ୍ରଜାତି ବିଏ.୧ଠାରୁ ବିଏ.୨ ଅଧିକ ୩୩ ପ୍ରତିଶତ ସଂକ୍ରାମକ ବୋଲି ଜଣାପଡ଼ିଛି । ବର୍ତମାନ ସୁଦ୍ଧା ଏହି ଭ୍ୟାରିଆଂଟ ୫୭ଟି ଦେଶକୁ ବ୍ୟାପିସାରିଲାଣି । ଗବେଷକଙ୍କ ମତରେ ଯଦି ଘରେ କେହି ବିଏ.୨ରେ ସଂକ୍ରମିତ ହୋଇଛନ୍ତି ତେବେ ଅନ୍ୟ ସଦସ୍ୟମାନେ ସଂକ୍ରମିତ ହେବାର ୩୯ ପ୍ରତିଶତ ସମ୍ଭାବନା ରହିଛି ।
ଏହା ମଣିଷର ପରୋଗ ପ୍ରତିରୋଧ ବ୍ୟବସ୍ଥାକୁ ସହଜରେ ପ୍ରଭାବିତ କରିଦେଉଛି । ଏଥିପାଇଁ ଟିକାର ଉଭୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି । ତେବେ ଟିକା ଯୋଗୁ ହସ୍ପିଟାଲ ଭର୍ତି ହେବା ଏବଂ ଗୁରୁତର ରୋଗୀସଂଖ୍ୟା ହ୍ରାସ ପାଉଛି । ସେପେଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ସାରା ବିଶ୍ୱରେ ଓମିକ୍ରନ୍ ଭ୍ୟାରିଆଂଟ ମଧ୍ୟ ଦ୍ରତ ଗତିରେ ବୃଦ୍ଧି ପାଇଛି । ଗତ ୧୦ ସପ୍ତାହ ମଧ୍ୟରେ ବିଶ୍ୱରେ ୯ କୋଟି ଓମିକ୍ରନ୍ ମାମଲା ଆସିଛି ।